nursing

ଫିଟ୍‌ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ମନ୍ତ୍ର : ‘ଫିଟ୍‌ନେସ୍‌ କି ଡୋଜ୍‌, ଆଧା ଘଂଟା ରୋଜ୍‌’

p purohit

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ ଲାଇନ୍‌ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ଅବସରରେ ବିରାଟ କୋହଲି, ରୂଜୁତା ଦିବେକର ଭଳି କେତେକ ସୁନାମଧନ୍ୟ ବ୍ୟକ୍ତିଙ୍କ ସହ ଲାଇଭ୍‌ ଚାର୍ଟ କରିଛନ୍ତି ଏବଂ ଜନସାଧାରଣଙ୍କୁ ଫିଟ୍‌ ରହିବା ପାଇଁ ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଫିଟ୍‌ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଫିଟ୍‌ନେସ୍‌ ଏବଂ ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଛନ୍ତି । ଏହି ଅବସରରେ ଡିଜିଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ‌ ମୋଦୀ ଭାରତୀୟ କ୍ରିକେଟ ଟିମ୍‌ କ୍ୟାପ୍‌ଟେନ୍‌ ବିରାଟ କୋହଲି, ଅଭିନେତା ମିଲିନ୍ଦ ସୋମନ, ପ୍ରଖ୍ୟାତ ଡାଇଟିସିଆନ୍‌ ରୂଜୁତା ଦିବେକର, କାଶ୍ମୀର ଫୁଟ୍‌ବଲର୍‌ ଫଶାଂ ଆଶିକଙ୍କ ସହ କଥାବାର୍ତ୍ତା କରିବା ସହ ଲୋକଙ୍କୁ ଫିଟ୍‌ ରହିବା ପାଇଁ ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି – ‘ଫିଟ୍‌ନେସ୍‌ କି ଡୋଜ୍‌, ଆଧା ଘଂଟା ରୋଜ୍‌’ । ଅର୍ଥାତ୍‌ ପ୍ରତ୍ୟହ ନିଜର ଫିଟ୍‌ନେସ୍‌ ପାଇଁ ଅଧାଘଂଟା ସମୟ ଦିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଏହି ଅଧାଘଂଟା ଭିତରେ କୌଣସି ବି ଫିଜିକାଲ୍‌ ଏକ୍‌ଟିଭିଟି କରି ପାରନ୍ତି ।

upahar
Leave A Reply

Your email address will not be published.

5 × five =