କୃଷକଙ୍କ ଆନ୍ଦୋଳନର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କଲେ

ନୂଆଦିଲ୍ଲୀ : ତିନି କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବର୍ତ୍ତମାନ ପର୍ୟ୍ୟନ୍ତ ଫଳପ୍ରଦ ହୋଇନାହିଁ । ଏଥିପାଇଁ ସୁପ୍ରିମକୋର୍ଟ ବୁଧବାର ଚିନ୍ତା ପ୍ରକଟ କରିଛନ୍ତି । ତେବେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଲ କହିଛନ୍ତି ଯେ, ଏହି ଆନ୍ଦୋଳନ ଶୀଘ୍ର ଶେଷ ହେବ ବୋଲି ଆମେ ଆଶା କରୁଛୁ ।

ବାସ୍ତବରେ, କେତେକ ଆଇନଜୀବୀ ନୂତନ କୃଷି ଆଇନର ସାମ୍ବିଧାନିକ ବୈଧତା ସମ୍ବନ୍ଧରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏହା ଶୁଣି ସୁପ୍ରିମକୋର୍ଟ କହିଛନ୍ତି ଯେ, ସୋମବାର କୃଷକ ଆନ୍ଦୋଳନ ଏବଂ କୃଷି ଆଇନର ପ୍ରୟୋଗ ଶୁଣାଣି କରିବୁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଇ) ଏସ୍. ବବଡେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଆମେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖୁନାହୁଁ ।

Leave A Reply

Your email address will not be published.