କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ‘କୋଇଲା ଓ ଲିଗ୍‌ନାଇଇଟ୍ ଅନ୍ୱେଷଣ ଯୋଜନା’କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୨୯୮୦ କୋଟି ଟଙ୍କାର ଆନୁମାନିକ ବ୍ୟୟ ସହିତ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା, ‘କୋଇଲା ଏବଂ ଲିଗ୍‌ନାଇଇଟ୍ ଅନ୍ୱେଷଣ ଯୋଜନା’କୁ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଅର୍ଥାତ୍ ୧୫ତମ ଅର୍ଥ ଆୟୋଗ ଚକ୍ର ସହିତ ସହ-ସମାପ୍ତି ପର୍ଯ୍ୟନ୍ତ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧୀନରେ କୋଇଲା ଏବଂ ଲିଗ୍‌ନାଇଇଟ୍ ପାଇଁ ଅନ୍ୱେଷଣ ଦୁଇଟି ବ୍ୟାପକ ପର୍ଯ୍ୟାୟରେ କରାଯାଏ : (i) ପ୍ରମୋସନାଲ୍ (ଆଞ୍ଚଳିକ) ଅନ୍ୱେଷଣ ଏବଂ (ii) ଅଣ କୋଲ ଇଣ୍ଡିଆ ଲିମିଟେଡ୍ ବ୍ଲକରେ ବିସ୍ତୃତ ଅନ୍ୱେଷଣ । ଏହି ମଞ୍ଜୁରି ଅଣ-ସିଆଇଏଲ୍‌ କ୍ଷେତ୍ରରେ ପ୍ରଚାର ସମ୍ବନ୍ଧୀୟ (କ୍ଷେତ୍ରୀୟ) ଅନ୍ୱେଷଣ ପାଇଁ ୧୬୫୦ କୋଟି ଟଙ୍କା ଓ ବିସ୍ତୃତ ଡ୍ରିଲିଂ ପାଇଁ ୧୩୩୦ କୋଟି ଟଙ୍କାର ବ୍ୟୟ ପ୍ରଦାନ କରିବ । କ୍ଷେତ୍ରୀୟ ଅନ୍ୱେଷଣ ଅନ୍ତର୍ଗତ ପ୍ରାୟ ୧୩୦୦ ବର୍ଗ କିମି କ୍ଷେତ୍ର ଏବଂ ବିସ୍ତୃତ ଅନ୍ୱେଷଣ ଅନ୍ତର୍ଗତ ପ୍ରାୟ ୬୫୦ ବର୍ଗ କିମି କ୍ଷେତ୍ରକୁ କଭର କରାଯିବ ।

କୋଇଲା ଏବଂ ଲିଗ୍‌ନାଇଟ୍ ପାଇଁ ଅନ୍ୱେଷଣ ଦେଶରେ ଉପଲବ୍ଧ କୋଇଲା ସମ୍ବଳକୁ ପ୍ରମାଣିତ କରିବା ଏବଂ ଆକଳନ କରିବା ଆବଶ୍ୟକ ଯାହାକି କୋଇଲା ଖଣି ଆରମ୍ଭ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ । ଏହି ଅନ୍ୱେଷଣ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଭୂତାତ୍ତ୍ୱିକ ରିପୋର୍ଟଗୁଡିକ ନୂତନ କୋଇଲା ବ୍ଲକଗୁଡିକର ନିଲାମ ପାଇଁ ବ୍ୟବହୃତ ହୁଏ ଏବଂ ପରବର୍ତ୍ତୀ ସମୟରେ ସଫଳ ଆବଣ୍ଟନକାରୀଙ୍କଠାରୁ ଏହି ମୂଲ୍ୟ ରିକଭର କରାଯାଇଥାଏ ।

Leave A Reply

Your email address will not be published.