ଅର୍ଣ୍ଣବଙ୍କ ଗିରଫ ଉପରେ ଅମିତ ଶାହାଙ୍କ ମ‌ନ୍ତବ୍ୟ : କଂଗ୍ରେସ ଏବଂ ସହଯୋଗୀମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି

ନୂଆଦିଲ୍ଲୀ : ମୁମ୍ବାଇ ପୋଲିସ ପକ୍ଷରୁ ରିପବ୍‌ବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମାଲୋଚନା କରିଛନ୍ତି । ସେ ମହାରାଷ୍ଟ୍ରର କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ ରିପବ୍ଲିକ୍ ଟିଭି ଏବଂ ଏହାର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ‘ରାଜ୍ୟ କ୍ଷମତାର ଅପବ୍ୟବହାର’ ବୋଲି ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ପୋଲିସ ଗୋସ୍ୱାମୀଙ୍କୁ ଗିରଫ କରିବା ପରେ ଗୃହମନ୍ତ୍ରୀଙ୍କ ଏଭଳି ବିବୃତ୍ତି ଆସିଛି ।

ଶାହା ଟୁଇଟ୍ କରି କହିଛନ୍ତି, “କଂଗ୍ରେସ ଏବଂ ଏହାର ସହଯୋଗୀମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି । ରାଜ୍ୟ କ୍ଷମତାର ଅପବ୍ୟବହାର କରି ରିପବ୍ଲିକ୍ ଟିଭି ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆକ୍ରମଣ ହୋଇଛି ।”

Leave A Reply

Your email address will not be published.