pakka

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ସ୍ୱାମୀ ଗିରଫ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ବାଡେନାଜୁ ଗ୍ରାମର ପ୍ରଭାସିନି ସାହୁ (୨୧)୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ(୨୮) ବର୍ଷଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ସଂସାର ସୁରୁଖୁରରେ ଚାଲିଲା ପରେ କେଶବ ମଦ ପିଇ ପ୍ରଭାସିନିକୁ ପିଟାପିଟି କରିବାରୁ ପ୍ରଭାସିନି ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ଗତକାଲି କେଶବ ପ୍ରଭାସିନିଙ୍କ ଘରକୁ ଯାଇ ବୁଝାସୁଝି କରି ମଦ ପିଇବି ନାହିଁ କହିବାରୁ ପ୍ରଭାସିନି କେଶବ ସହିତ ଶାଶୁ ଘରକୁ ଫେରିଥିଲେ । ହେଲେ ଶାଶୁ ଘରକୁ ସିର୍କୀ ଦେଇ ଯିବା ରାସ୍ତାରେ କେଶବ ପ୍ରଭାସିନିକୁ ବଣକୁ ଆମ୍ବ ତୋଳିଯିବାକୁ କହିଥିଲେ । ପ୍ରଭାସିନୀ ନ ଯିବାରୁ କେଶବ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ପ୍ରଭାସିନୀର ମୁଣ୍ଡକୁ ଛେଚି ଦେଇଥିଲେ । ପ୍ରଭାସିନୀର ଏତଲାକୁ ଭିତିକରି ଜି.ଉଦୟଗିରି ଥାନା କେସ୍ ନଂ ୩୯/୨୧ ଧାରା ୩୨୩, ୪୯୮(ଏ), ୩୦୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

4 × two =