pakka

ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଯୁବକକୁ ଗିରଫ୍‌ କଲା ପୋଲିସ

ବେଲପଡ଼ା, (କେପିଏନ୍‌ଏସ୍‌) : ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଜଣେ ଯୁବକକୁ ବେଲପଡ଼ା ପୋଲିସ ଗିରଫ୍‌ କରିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତ ୨୦୨୧ ଜୁଲାଇ ମାସ ୩ ତାରିଖ ଦିନ ମୁରିବାହାଲ ଥାନା ଅଂଚଳର ଜଣେ ଆଦିବାସୀ ଯୁବତୀ ଏ ସଂକ୍ରାନ୍ତରେ ବେଲପଡ଼ା ଥ।ନାରେ ଅଭିଯୋଗ କରିଥିଲେ । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ବେଲପଡା ଥାନା ଅନ୍ତର୍ଗତ ଯୁବା ଗ୍ରାମର ସୋନୁ ଓରଫ ସାନୁ ମହାକୁଡ଼ ନାମକ ଜଣେ ଯୁବକ ଦୀର୍ଘ ୨ ବର୍ଷ ଧରି ତେଲେଙ୍ଗାନା, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଇଟାଭାଟିରେ କାମ କରିବା ସମୟରେ ତାଙ୍କୁ ଯୌନ ଶୋଷଣ କରିବା ପରେ ଗତ ୨୦୨୧ ଜୁନ୍‌ ମାସ ୨୧ ତାରିଖ ଦିନ କଣ୍ଟାବାଂଜି ରେଳ ଷ୍ଟେସନ୍‌ରେ ଛାଡ଼ି ଫେରାର୍‌ ହୋଇଯାଇଛନ୍ତି । ସଂପୃକ୍ତ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ବେଲପଡ଼ା ପୋଲିସ କେସ୍‌ ନଂ.୧୨୬/୦୩.୦୭.୨୧ ଦଫା ୩୭୬(୨)(ଏନ୍‌)/୪୯୩/୨୩/୨୯୪/୫୦୬/୩୪ ଆଇପିସି./ ଆର୍‌ଡବ୍ଲ୍ୟୁୃ ସେକ୍‌ସନ୍‌୩(୧)(ଆର୍‌(ଏସ୍‌)(୨) ଭିଏ) ଏସ୍‌ ଏଣ୍ଡ୍‌ ଏସ୍‌ଟି (ପିଓଏ) ଆଧାରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ବେଲପଡ଼ା ଥାନାର ଏସ୍‌ଆଇ ବିଜିତ ବେହେରା ଏବଂ ଏଏସ୍‌ଆଇ ସୁବାସ ଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଆଜି କେରଳର କୋଚି ଠାରୁ ସଂପୃକ୍ତ ଅଭିଯୁକ୍ତକୁ ଗିରଫ୍‌ କରି ଆଣିଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fifteen − 3 =