pakka

ଭେଣେଇର ମୁଣ୍ଡ କାଟି ପୋଲିସ ଷ୍ଟେସନରେ ପହଞ୍ଚିଲା ଅଭିଯୁକ୍ତ ଶାଳକ : ଭଉଣୀ ମଧ୍ୟ ଫାଶ ଲଗାଇ ଆତ୍ମହତ୍ୟା କଲେ

bbehera

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅନର୍‌ କିଲିଂ ମାମଲାରେ ଏକ ନୂଆ କାହାଣୀ ଉଭା ହୋଇଛି । ଭେଣେଇର ହତ୍ୟା ଅଭିଯୁକ୍ତ ଶାଳକ ଧୀରଜ ପୋଲିସକୁ ଘଟଣାର ପୁରା କାହାଣୀ କହିଛି । ଧୀରଜ ପୋଲିସକୁ କହିଛି ଯେ, ଭେଣେଇ ତାଙ୍କ ଭଉଣୀକୁ ହଇରାଣ କରୁଥିଲେ । ଧୀରଜ ଭେଣେଇ ବିଜେତ(୪୦)ଙ୍କୁ ତୀକ୍ଷ୍ଣ ହତିଆରରେ ହତ୍ୟା କରିଥିଲା । ପ୍ରାୟ ୫୦୦ ମିଟର ଦୌଡ଼ାଇବା ପରେ ସେ ତାଙ୍କୁ ଆକ୍ରମଣ କରିବାରେ ସଫଳ ହୋଇଥିଲା ।

ଧୀରଜ ପୋଲିସକୁ କହିଛି ଯେ, ବିଜେତ କ୍ଷେତର ହିଡ଼ ଉପରେ ପଡ଼ିଯିବା ମାତ୍ରେ ସେ ତା‌ଙ୍କ ଉପରେ ୧୫ ରୁ ୧୬ ଚୋଟ ଦେଇଥିଲେ ଏବଂ ମୁଣ୍ଡ ଅଲଗା ହେବା ପରେ ଅଟକି ଯାଇଥିଲେ । ସୂଚନା ଅନୁସାରେ ୪୦ ବର୍ଷ ବୟସ୍କ ବିଜେତ ତାଙ୍କ ଠାରୁ ୨୧ ବର୍ଷ ସାନ ପୂଜାଙ୍କୁ ବିବାହ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ଧୀରଜଙ୍କୁ ଗିରଫ କରିବା ସହ ତିଲୱାରା ପୋଲିସ ବ୍ୟବହୃତ ତୀକ୍ଷ୍ଣ ଅସ୍ତ୍ର ଏବଂ ପୋଷାକ ଇତ୍ୟାଦି ଜବତ କରିଛି ।

Leave A Reply

Your email address will not be published.

2 × 4 =