pakka

ଲୋକଙ୍କୁ ହତ୍ୟା କରିବା ପରେ ବୀମା ରାଶି ହଡ଼ପ୍‌ କରୁଥିବା ଗ୍ୟାଙ୍ଗର ପ‌ର୍ଦ୍ଦାଫାଶ

bbehera

ହାଇଦ୍ରାବାଦ : ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ସଡ଼କ ଦୁର୍ଘଟଣା କରାଇବା ପରେ ଜୀବନ ବୀମା ଜାଲିଆତି କରିବାରେ ସମ୍ପୃକ୍ତ ଥିବାରୁ ୫ ଜଣଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ପୋଲିସ ସୂତ୍ରରୁ ଏହା ଜଣାପଡିଛି । ସୂତ୍ରରୁ ପ୍ରକାଶ ଯେ, ଏହି ଗ୍ୟାଙ୍ଗ ହତ୍ୟା କରିବା ପାଇଁ ପୀଡିତଙ୍କ ଛାତିରେ ଜୋର ଜବରଦସ୍ତ ଆକ୍ରମଣ କରୁଥିଲା ​​ଏବଂ ସେମାନଙ୍କ ମୃତ୍ୟୁ ପରେ ମୃତଦେହକୁ ବିଭିନ୍ନ ଗାଡି ମଡ଼ାଯାଇ ଦଳି ଦେଉଥିଲା ।

ନାଲଗୋଣ୍ଡା ଜିଲ୍ଲା ପୋଲିସ ଅଧୀକ୍ଷକ ଏ.ଭି ରଙ୍ଗନାଥନ କହିଛନ୍ତି ଯେ, ଏହି ଠକମାନେ ମୃତକଙ୍କ ପରିବାର ଏବଂ ଅନ୍ୟମାନଙ୍କ ସହ ମିଶି ବିଭିନ୍ନ ବୀମା କମ୍ପାନୀ ସମ୍ମୁଖରେ ୧.୫୯ କୋଟି ଟଙ୍କା ଦାବୀ କରିଛନ୍ତି । ପୋଲିସର ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ଅତୀତରେ ଏକ ଆର୍ଥିକ କମ୍ପାନୀରେ କାମ କରିଥିଲେ । ୨୦୧୩-୧୭ ମସିହାରେ, ସେ ଅନ୍ୟ ପାଞ୍ଚଜଣଙ୍କ ସହ ଷଡଯନ୍ତ୍ର ରଚି ଏହିପରି ପାଞ୍ଚଟି ମାମଲାରେ ଜାଲିଆତି କରିଥିଲେ । ଏହିପରି ଚାରୋଟି ମାମଲାରେ ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ବ୍ୟକ୍ତିର ବାସ୍‌ସ୍ତବ ମୃତ୍ୟୁକୁ ଦୁର୍ଘଟଣା ବୋଲି ଦାବୀ କରି ବୀମା ରାଶି ଦାବୀ କରିଥିଲେ ।

ପୋଲିସର ସୂଚନାନୁସାରେ, ଏହି ଠକମାନେ ଅସୁସ୍ଥ ତଥା ମଦ୍ୟପ ଲୋକଙ୍କୁ ଟାର୍ଗେଟ କରୁଥିଲେ ଏବଂ ଏଥିପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରବର୍ତ୍ତାଉଥିଲେ ଏବଂ ପରେ ସେମାନଙ୍କ ନାମରେ ଅର୍ଥ ପ୍ରଦାନ କରି ଏକ ବୀମା ପଲିସି କିଣୁଥିଲେ । ପୋଲିସ କହିଛି ଯେ, ପଲିସିଧାରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇ ବୀମା କମ୍ପାନୀର ପରିମାଣ ଦାବୀ କରିଥିଲେ । ବୀମା ରାଶି ପାଇବା ପରେ ପରିବାର ସଦସ୍ୟ ଏବଂ ଅନ୍ୟ ଲୋକଙ୍କୁ ମଧ୍ୟ ଏଥିରେ ଅଂଶ ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

eighteen − 5 =