pakka

ଉତ୍ତରାଖ‌ଣ୍ଡ : ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ପରିବର୍ତ୍ତନ, ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ୍‌

kalikesh

ନୂଆଦି‌ଲ୍ଲୀ : ଆସନ୍ତା ବର୍ଷ ଉତ୍ତରାଖ‌ଣ୍ଡରେ ହେବାକୁ ଥିବା ନିର୍ବାଚନ ପାଇଁ ରାଜନୈତିକ ଭିତ୍ତିଭୂମି ସଜାଡ଼ିବା ଆରମ୍ଭ ହୋଇଯାଇଛି । ଆଗାମୀ ତିନି ମାସ ମଧ୍ୟରେ ଅ‌ନ୍ତଃ ବିଦ୍ରୋହକୁ ହଟାଇବା ପାଇଁ ପ୍ରମୁଖ ସାଂଗଠନିକ ପୁନଃ ନିର୍ମାଣ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କୁ ବଦଳାଇ ଦିଆଯାଇଛି । ବିଜେପି ସୂତ୍ର ଅନୁଯାୟୀ ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ଚାଲିଥିବା ଦଳର ଆଭ୍ୟନ୍ତରୀଣ ମତଭେଦ ବନ୍ଦ ହୋଇଯିବ । ଏଥିପାଇଁ ହାଇକମାଣ୍ଡ ଶନିବାର ଦିନ ବିଜେପି ରାଜ୍ୟ ସଭାପତିଙ୍କୁ ହଟାଇ ସଙ୍କେତ ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତିଙ୍କୁ ହଟାଇବା ପରେ ହାଇକମାଣ୍ଡ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, କୌଣସି ଦଳୀୟ ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ । ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉତ୍ତରାଖଣ୍ଡରେ ପୁନଃ ନିର୍ମାଣର ମୁଖ୍ୟ କାରଣ ହେଉଛି ଆସନ୍ତା ବର୍ଷ ନିର୍ବାଚନରେ ​​କ୍ଷମତାକୁ ଫେରିବା । ତେଣୁ ଦଳ କୌଣସି ପ୍ରକାରର ଅଭାବକୁ ନିଜ ସ୍ତରରେ ଛାଡିବାକୁ ଚାହୁଁନାହିଁ ।

pp
Leave A Reply

Your email address will not be published.

9 − 4 =