ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ

ପୁରୀ : ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ । ଅଖିଳେଶ୍ୱର ସିଂହ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୁଣା ଅପରାଧଗୁଡ଼ିକୁ ତଦନ୍ତ ଆରମ୍ଭ କରିଥିବା ବେଳେ ୮ ବର୍ଷ ତଳର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନା ସିଂହାରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଖୋଳତାଡ଼ କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ମଣିକର୍ଣ୍ଣିକା ସାହିର ମାଧବ ଚନ୍ଦ୍ର ଖୁଂଟିଆ (୪୮)କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନାରେ କୁହାଯାଇଛି । ଜାମିନ ନାମଞ୍ଜୁର ହେବାରୁ ମାଧବକୁ ପୁରୀ ଜେଲକୁ ପଠାଇ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୨ ଅଗଷ୍ଟ ୨୨ରେ ବାଲିସାହି ପଂଚାୟତ ନିକଟରେ ଗୁନା ସିଂହାରୀଙ୍କୁ ଅସାମାଜିକମାନେ ଗୁଳି କରି ହତ୍ୟା କରିଥିଲେ ।

Leave A Reply

Your email address will not be published.