ଆଜି ଧନତେରସ : ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ପୂଜା ମଙ୍ଗଳ ଫଳପ୍ରଦ : ସମାଜରେ ରହିଥିବା କେତୋଟି ବିଶ୍ୱାସ

ଧନତେରସ ଠାରୁ ଦୀପାବଳି ପର୍ବ ଆରମ୍ଭ ହୋଇଥାଏ । ପୁରାଣ ଶାସ୍ତ୍ର ଅନୁଯାୟୀ, ଧନତେରସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଏହି ଦିନର ଉପାସନା ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ତଥା ଅମୃତ ଶୁଭଫଳ ପ୍ରାପ୍ତି ସହଜ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଧନତେରସ ଦିନ କିଛି ରୂପା ସାମଗ୍ରୀ କିଣିବା ଶୁଭ ସୂଚକ କୁହାଯାଏ । ତେବେ କିଛି ନହେଲେ ପିତ୍ତଳର କିଛି ସାମଗ୍ରୀ ବି କିଣାଯାଇପାରେ । ଚନ୍ଦ୍ରଙ୍କ ଅପାର ଆଶୀଷରୁ ମନ ଶାନ୍ତ ଓ ସନ୍ତୋଷ ପ୍ରାପ୍ତ ହେବା ସଂଗେ ସଂଗେ ଧନଲାଭ ହୋଇଥାଏ ।

ପଣ୍ଡିତଙ୍କ ବିଶ୍ୱାସ ରହିଛି, ଧନ୍‌ତେରସ୍‌ ଦିନ ଘରର ଆଲମିରାରେ ଅଥବା ଦେକାନାର ଟଙ୍କା ରଖିବା ସ୍ଥାନରେ ମା’ଲକ୍ଷ୍ମୀଙ୍କ କଳସରୁ ଧନବର୍ଷା କରୁଥିବା ଓ ହାତୀ ଶୁଣ୍ଢ ଉଠାଇଥିବା ଫଟୋ ଲଗାଇଲେ ବ୍ୟବସାୟ ବାଣିଜ୍ୟରେ ବିଶେଷ ଲାଭ ମିଳିଥାଏ ।

ଧନତେରସ୍‌ ଦିନ ନୂଆ ଝାଡୁଟିଏ ନିଶ୍ଚୟ କିଣନ୍ତୁ । ଝାଡୁ ସ୍ୱଚ୍ଛତାର ପ୍ରତୀକ ହୋଇଥିବାରୁ ଏହାଫଳରେ ମା’ ଲକ୍ଷ୍ମୀଙ୍କର ପରମ କଲ୍ୟାଣ ମିଳିପାରେ ବୋଲି କୁହାଯାଏ ।

ଏହିଦିନ ଜଗତର ସମସ୍ତ ସଂପତ୍ତିର ଅଧିକାରୀ ଭଗବାନ କୁବରେଙ୍କ ମଧ୍ୟ ପୂଜା କରାଯାଏ ଧନ୍‌ତେରସ୍‌ ଦିନ । ଏହା ଦ୍ୱାରା ଧନପ୍ରାପ୍ତ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ଏକ ଲାଲ କପଡ଼ାରେ ୧୧ ଗୋଟି କିମ୍ବା ୨୧ ଗୋଟି ଅଭଙ୍ଗା ଅରୁଆ ଚାଉଳ ବାନ୍ଧି ମା’ ଲକ୍ଷ୍ମୀଙ୍କୁ ସୁମରଣା କରି ଆଲମିରାରେ କିମ୍ବା ଟଙ୍କା ପେଟିଆରେ ରଖିଲେ, ସମୃଦ୍ଧି ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.