ନିଃସହାୟ ବିଧବା ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ତେତେଲପଡା ନିବାସୀ ରାଏମତି ତାଣ୍ଡି ଜଣେ ନିଃସହାୟ ବିଧବା ଭୂମିହୀନ ଗରିବ ଦଳିତ ବୃଦ୍ଧା । ସେ ଅନେକ ଥର ପଂଚାୟତ ପ୍ରଶାସନଙ୍କୁ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ ହୋଇଛନ୍ତି । ସେ କହିଥାନ୍ତି ଯେ, ଧନୀ ଶ୍ରେଣୀର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର କରାଯାଉଛି । ଅଥଚ ସେ ଦୁଃଖିନୀ ନିଃସହାୟ ବିଧବା ବୃଦ୍ଧା ଗୁହାରୀ କରି କରି ହାଲିଆ ହେଲେଣି, ତାଙ୍କୁ କେହି ଦୟା କରୁନାହାନ୍ତି । ତାଙ୍କୁ ତୁରନ୍ତ ସରକାରୀ ଯୋଜନାରେ ଘର ଯୋଗାଇ ଦେବାକୁ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.