ଏହି ଅନ୍ଧ କଳାକାରଙ୍କୁ କଳାକାର ଭତ୍ତା ମିଳିବ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବରିକେଲ ଗାଁର ଜଣେ ଭିନ୍ନକ୍ଷମ କଳାକାର ସେ ହେଉଛନ୍ତି ଅନ୍ଧ। ହେଲେ ଢୁଲୁକିର ତାଳେ ତାଳେ ବହୁତ୍ ସୁନ୍ଦର ଗୀତ ଗାଇ ଲୋକଙ୍କର ମନକୁ ମୋହି ନେଉଛନ୍ତି । ଏହି କଳାକାରଙ୍କର ନାମ ହେଉଛି ସୁର ଦାସ । ଛୋଟ ଦିନରୁ ଟିଣ ଡବାକୁ ବଜେଇ ବଜେଇ ଅଭ୍ୟାସ କରିଛନ୍ତି । ବିଭିନ୍ନ ବଜାରକୁ ଯାଇ ନିଜର କଳା ପ୍ରଦର୍ଶନ କରି ଥାଆନ୍ତି । ହେଲେ ଏ ପର୍ଯ୍ୟନ୍ତ କୌଣସି ମଞ୍ଚରେ ତାଙ୍କୁ ସୁଯୋଗ ମିଲି ପାରି ନାହିଁ। ତାଙ୍କୁ କଳାକାର ଭତ୍ତା ନିହାତି ମିଳିବା ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.