ଶୀତ ଋତୁରେ ତ୍ୱଚାର ଯତ୍ନ ଉପରେ ନଜର୍‌ ଦିଅ‌ନ୍ତୁ

ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ଶୁଖିଲା ଲାଗେ। ଅତ୍ୟଧିକ ଶୀତ ହେଲେ ଆହୁରି ଶୁଖିଲା ଜଣାପଡେ଼ । ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ । ତ୍ୱଚା ଖାରୁଆ ଖାରୁଆ ଲାଗୁଥିବା କାରଣରୁ ମନ ମଧ୍ୟ ଚଂଚଳ ଲାଗେ ନାହିିଁ । ସାଧାରଣ ଘରୋଇ ଉପଚାର ଉପରେ ନଜର୍‌ ଦିଅ‌ନ୍ତୁ ।

ଥଣ୍ଡା ହେତୁ ପ୍ରାୟ ଲୋକେ କମ ପାଣି ପିଅନ୍ତି । ଶରୀରରେ ପାଣିର ମାତ୍ରା କମିଯିବା ଫଳରେ ତ୍ୱଚା ଶୁଖିଲା ହୁଏ । ଏଣୁ ଯଥେଷ୍ଟ ପାଣି ପଅନ୍ତୁ ।

ମୁହଁକୁ ବ୍ରାଣ୍ଡେଡ଼୍‌ ସ‌ଫ୍ଟ ଫେସ୍‌ ‌ୱାସ୍‌ ‌ଦ୍ୱାରା ଧୁଅ‌ନ୍ତୁ । ‌ୱି‌ଣ୍ଟର ଫେସ୍‌ କ୍ରିମ୍‌ ବ୍ୟବହାର କର‌ନ୍ତୁ ।

ଶୋଇବା ପୂର୍ବରୁ ଦେହରେ ନଡ଼ିଆ ତେଲ କିମ୍ବା ଅଲମଣ୍ଡ ତେଲ ଭଲ ଭାବେ ମାଲିସ କରନ୍ତୁ । ୱିଣ୍ଟର ବଡ଼ି କ୍ରିମ୍‌ ମଧ୍ୟ ବ୍ୟବହାର କରିପାରିବେ ।

ଶ‌ସ୍ତା ଫେସ୍‌ କ୍ରିମ୍‌ ବା ବଡ଼ି ଲୋସନ୍‌ ବ୍ୟବହାର କର‌ନ୍ତୁ ନାହିିଁ । ଏହା ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ ।

Leave A Reply

Your email address will not be published.

19 + 18 =