ପ୍ରଭାତ ସିଡ କମ୍ପାନୀର ସୁପରକଟ କପାମଞ୍ଜି ବ୍ୟବହାର କରିବାକୁ ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ (ଗୋରେଖନାଥ ବରିହା) ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରିସାରିଥିବା ବେଳେ ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର ମଞ୍ଜି ଧାନ ,କପା , ପନିପରିବା ମଞ୍ଜି ଭଲ କମ୍ପାନୀ ର କିଣି ସଂଗ୍ରହ କରିଥାନ୍ତି । କଥା ରେ ଅଛି ଚାଷ ହୁଡିଲେ ବରଷେ ,ମଞ୍ଜିଗୁଣେ ଫଳ ଏହା କୁ ଆଖି ଆଗରେ ରଖି ଚାଷୀମାନେ ଯଦି ଭଲ କମ୍ପାନୀ ର ମଞ୍ଜି ବ୍ୟବହାର କଲେ ଅଧିକ ଅମଳ ହେବା ସହ ଦୁଇ ପଇସା ଅଧିକ ଲାଭ ପାଇବ । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ରେ ଆଜି ସୁପରକଟ କପା କମ୍ପାନୀ ପକ୍ଷରୁ ଏକ ସାଂସ୍କୃତିକ କାର୍ୟ୍ୟକ୍ରମରେ ଦଣ୍ଡ ନୃତ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଅଧିକରୁ ଅଧିକ କିପରି କପା ଚାଷ କରି ଲାଭ ପାଇବ ସେନେଇ ନୃତ୍ୟ ପରିବେଷଣ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ଚାଷୀମାନେ ଧାରକରଜ ୠଣ ଆଣି ଚାଷ କରିଥାନ୍ତି । ଭଲ ଫସଲ ନହେଲେ ଚାଷୀ ଧାରକରଜ ୠଣ ସୁଝିବା ଚିନ୍ତା ରେ ଆତ୍ମାହତ୍ୟା କରିବାବାଟ ଆପଣେଇ ନେଇଥାନ୍ତି । ତେଣୁ ବେଳୁ ସତର୍କତା ଅବଲମ୍ବନ କରି କପା ଏକ ଅର୍ଥକାରୀ ଫସଲ ହୋଇଥିବା ରୁ କମ୍ପାନୀ ର ଅଧିକ ଅମଳକ୍ଷମ ସୁପର କଟ,ଜିଓ,ଆର୍ ଏକ୍ସ -୧୨୫ ଭଲି ପ୍ରମାଣିକ କିସମର କପା ମଞ୍ଜି ବ୍ୟବହାର କରିବା ଦ୍ଵାରା ଅମଳ ଅଧିକ ହେବ ସହ ତନ୍ତୁର ମାନ ବୃଦ୍ଧି ହେବ , ରୋଗ ପୋକ କମ୍ ଲାଗିଥାଏ ବୋଲି ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ବୁଝାଇଥିଲେ । ଏହି କାର୍ୟ୍ୟକ୍ରମ ରେ ବାଙ୍ଗିବାହାଲ ର ଖଗେ ପ୍ରଧାନ ଓ କଲାହାଣ୍ଡି ର ମେଲେଡି ଗ୍ରୃପ ନୃତ୍ୟ ପରିବେଷଣ କରିଥିଲେ ଯୋଗଦେଇ ଥିବା ବେଳେ ଶତାଧିକ ମହିଳା ପୁରୁଷ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.