ଦିବ୍ୟଜୀବନ ସଂଘ ପକ୍ଷରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟଜୀବନ ସଂଘ ତରଫରୁ ସ୍ଥାନୀୟ ଟିଟିଲାଗଡ ରୋଡସ୍ଥିତ ଆର୍‌ଟିଓ ଛକଠାରେ ରବିବାରରେ ଦହିପାଣି ବଣ୍ଟନ କରାଯାଇଥିଲା । ସଂଘର ସଭାପତି ରବିଚନ୍ଦ୍ର ଉଦ୍‌ଗାତା ଓ ସଂପାଦକ ରଘୁନାଥ ବାବୁଙ୍କ ନେତୃତ୍ୱରେ ଯୁଗ୍ମସଂପାଦକ ରୀତା ବକ୍ସି, ଗୁରୁ ଭଉଣୀ ସଂଗୀତା ମିଶ୍ର, ବିଦ୍ୟୁତ୍‌ ପଣ୍ଡା, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ପଥଚାରୀମାନଙ୍କୁ ଦହିପାଣି ବଣ୍ଟନ କରିଥିଲେ । ରଶ୍ମି ବକ୍ସି, ଶିବାନନ୍ଦ ଦାସ, ସମାରୁ ଭୋଇ, ବିମଳ ବାବୁ, ଅନ୍ତର୍ଯ୍ୟାମୀ ପୁରୋହିତ, ସହଦେବ ମଲ୍ଲିକ, ଭାସ୍କର ଚିନରା, ଦୋରା ବାବୁ, ଗୋପବନ୍ଧୁ ଶତପଥୀ, ଯୁବରାଜ ବରୁଆ, ଯନୁ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.