oom

ବେଆଇନ ଗଛ କଟା ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ : ୨୦ ଖଣ୍ଡ ଶାଳ ଗଣ୍ଡି ଜବତ, ୪ କାଠ ମାଫିଆ ଗିରଫ

jsmm

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବନାଞ୍ଚଳ ଅନ୍ତର୍ଗତ ଉପରଝର ନିକଟ ରେଙ୍ଗାଲି ପତରା ଜଙ୍ଗଲରେ ବେଆଇନ ଗଛକଟା ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ଖଣ୍ଡ ଶାଳ ଗଣ୍ଡି ଜବତ କରାଯିବା ସହ ୪ କାଠ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀପାଲି ଗାଁର ଭରତ ବଘାର, ବିଶ୍ବାମିତ୍ର ଉଦୁରକୁଲିଆ, ରାତୁ ଉଦୁରକୁଲିଆ ଓ ରେଙ୍ଗାଲି ଗାଁର ନିଳମଣୀ ପଧାନ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫଓଙ୍କ ନିର୍ଦ୍ଦେଶରେ ବନବିଭାଗ ମୋବାଇଲ୍ ସ୍କ୍ବାର୍ଡ ପକ୍ଷରୁ ଆଜି ଘଟଣାସ୍ଥଳରେ ଚଢାଉ କରାଯାଇଥିଲା। ଜବତ ଶାଳ କାଠ ଗଣ୍ଡି ଓ ଗିରଫ ଅଭିଯୁକ୍ତ ମାନଙ୍କୁ ବଲାଙ୍ଗିର ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥି ପ୍ରକାଶ କରିଛନ୍ତି। ମୋବାଇଲ୍ ସ୍କ୍ବାର୍ଡ ଇନଚାର୍ଜ ଫରେଷ୍ଟର ସୁନୀଲ ମିଶ୍ରଙ୍କ ନେତୃତ୍ବରେ ଚଢାଉ କରାଯାଇଥିବା ସୂଚନା ଅନୁସାରେ ଜଣାପଡିଛି।

jittmm
Leave A Reply

Your email address will not be published.