ଖୁଜେନପାଲି ରାସ୍ତା ଡକାୟତି ଘଟଣା: ତିନି ଅଭିଯୁକ୍ତଙ୍କୁ ଗିରଫ କଲା ସଦର ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୦ ତାରିଖରେ ଖୁଜେନପାଲି ରାସ୍ତାରେ ଡକାୟତି ଘଟଣାରେ ଆଜି ବଲାଙ୍ଗିର ସଦର ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରବା ସହ ଡକାୟତି ହୋଇଥିବା ତିନି ମୋବାଇଲ ଫୋନ ଜବତ କରିଛି । ତିନି ଜଣ ଯାକ ଅଭିଯୁକ୍ତ ବିଜାଖମନର ହୋଇଥିବା ବେଳେ ସେମାନେ ଜ୍ୟେଷ୍ଠ ନାଗ (୨୫), ସାରଥୀ ଜାଲ (୩୫) ଓରଫ୍ ମେଘୁ, ଓ ରିଙ୍କୁ ଦୀପ (୨୧) ବୋଲି ଜଣାପଡିଛି ।

ପ୍ରକାଶ ଯୋଗ୍ୟ ଯେ, ଗତ ୨୦ ତାରିଖ ସନ୍ଧ୍ୟାରେ ଖୁଜେନପାଲି ମନ୍ଦିର ପଛପଟେ ନିର୍ମାଣାଧୀନ ଗାୟତ୍ରି ମନ୍ଦିରକୁ ମନ୍ଦିର ସଂଯୋଜକ ଯୁଗଲ କିଶୋର ଝା ତାଙ୍କର ସହେଯାଗୀ ପ୍ରତାପ ଆଚାର୍ଯ୍ୟ ସହ ଯାଇଥିଲେ । ମନ୍ଦିର ନିର୍ମାଣ କାମ ତଦାରଖ କରି ଫେରୁଥିବା ସମୟରେ ତିନି ଜଣ ଯୁବକ ହଠାତ ବାଇକରେ ଆସି ଶ୍ରୀ ଝା’ଙ୍କୁ ପଛ ପଟୁ ଆଘାତ କରିଥିଲେ । ଏହି ଆଘତରେ ଉଭୟେ ଗାଡିରୁ ପଡି ଯାଇଥିଲେ । ଅଭିଯୁକ୍ତମାନେ ଶ୍ରୀ ଝା’ଙ୍କ ଠାରୁ ତାଙ୍କର ଦୁଇ ସାମସଙ୍ଗ ମୋବାଇଲ, ୧୪୦୦ ଟଙ୍କା ଏବଂ ତାଙ୍କ ସହେଯାଗୀ ଶ୍ରୀ ଆଚାର୍ଯ୍ୟଙ୍କ ଠାରୁ ଏକ ଭିଭୋ ମୋବାଇଲ ଓ ୫୦୦ ଟଙ୍କା ଲୁଟି ଫେରାର ମାରିଥିଲେ । ଶ୍ରୀ ଆଚାର୍ଯ୍ୟ ଏହି ଘଟଣାର ଲିଖିତ ଅଭିଯୋଗ କଲା ପରେ ସଦର ପୋଲିସ ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ଏସ୍ଆଇ ଜାଜା ଓ ଏଏସ୍ଆଇ ସେନ୍ଦ୍ରିଆଙ୍କ ସହ ଏକ ଟିମ ଗଠନ କରାଯାଇ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତିନି ଜଣ ଯାକ ଅଭିଯୁକ୍ତଙ୍କ ଏକାଧିକ ମାମଲାରେ ସଂପର୍କ ରହିଥିବା ପୋଲିସ କହିଛି । ପୋଲିସ ଏ ସମସ୍ତ ଘଟଣାର ଛାନଭିନ କରୁଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଅଜି କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛି ।

Leave A Reply

Your email address will not be published.