ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକରଣ ସମେତ ସମସ୍ତ ଆବେଦନର ପ୍ରାପ୍ତି ସ୍ଵୀକାର (ଏକ୍‌ନଲେଜ୍‌ମେଣ୍ଟ) ରସିଦ ପ୍ରଦାନ, ସହାୟତା ପାଇଁ ଆବେଦନ କରି ମାସ ମାସ ଧରି ଅପେକ୍ଷା କରିଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରିବା, ବୋର୍ଡର ୱେବ୍‌ ସାଇଟ୍‌ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ତାଜା ତଥ୍ୟ ଉପଲବ୍ଧ କରିବା, କୋଭିଡ୍‌ ସହାୟତା ୧ମ ଓ ୨ୟ କିସ୍ତି ୧୫୦୦ ଟଙ୍କା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରିବା, ଭୁଆଁବୁଲା ନୀତି ଛାଡି ଦୁର୍ଘଟଣା ଓ ଦୂରାରୋଗ୍ୟ ଚିକିତ୍ସା ସହାୟତା ପ୍ରଦାନ କରିବା, ଶିକ୍ଷା ସହାୟତା ସମେତ ସମସ୍ତ ସହାୟତା ପାଇଁ ଅନ୍‌ଲାଇନ୍‌ ଆବେଦନର ୩୦ ଦିନ ଓ ଅଫ୍‌ଲାଇନରେ ଆବେଦନର ୬୦ ଦିନ ମଧ୍ୟରେ ସହୟତା ପ୍ରଦାନ କରିବା ପାଇଁ ଏକ ସ୍ପଷ୍ଟ ଆଇନ, ଶ୍ରମ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ଅଧିକାରୀ, କର୍ମଚାରୀ ଓ ଭିତ୍ତିଭୂମି ସୁଦୃଢ଼ କରିବା ସହ ପ୍ରତ୍ୟେକ ବ୍ଲକରେ ଶ୍ରମ କାର୍ଯ୍ୟାଳୟ ଖୋଲିବା, ସର୍ବନିମ୍ନ ମଜୁରୀର ସୁନିଶ୍ଚିତତା, ସାମାଜିକ ନିରାପତ୍ତା ଓ ପ୍ରବାସୀ ଶ୍ରମିକଙ୍କ ପିଞ୍ଜିକରଣ ଓ ସୁଂସଂଗଠିତ ତଦାରଖ ପାଇଁ ବ୍ଲକ ଶ୍ରମ ଅଧିକାରୀ ନିଯୁକ୍ତି, ପ୍ରଚଣ୍ଡ ରୌଦ୍ରତାପରେ ଶ୍ରମିକମାନଙ୍କୁ ଖଟାଉଥିବା ଠିକାଦାର ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଦି ଦାବୀରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟିର ସହ ସମ୍ପାଦିକା ପଦ୍ମିନୀ ପାର୍ବତୀଙ୍କ ନେତୃତ୍ବରେ ଅରୁଣ ବେହେରା, ତ୍ରିଲୋଚନ ବେହେରା, ଲକ୍ଷ୍ମୀ ନାୟକ, ପ୍ରମିଳା ସାହୁ, ମହେନ୍ଦ୍ର କୁମାର ସେଠୀ, ଅନୁଛୟା ଦାଶ, କୃଷକ ନେତା ସୀମାଞ୍ଚଳ ନାହକ, ଶ୍ରମିକ ନେତା ଇଜୁ ଅମୀନ ଖାନ୍ ପ୍ରମୁଖ ଗଣଧାରଣାରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.