centurian jitm

କଣ୍ଟାପଡାରେ ସାମାଜିକ ସେବାରୁ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତ ସ୍ଥିତ କଣ୍ଟାପଡା ମଠମକୁନ୍ଦ ପୁରଠାରେ ସପ୍ତଦିନ ବ୍ୟାପୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଗତକାଲି ଏକ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର ଶ୍ରୀ ଜଗନ୍ନାଥ ପ୍ରଜ୍ଞା ପରିଷଡ଼, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଜାଗିଲି ପ୍ରଧାନଙ୍କ ବେଦମନ୍ତ ଧ୍ୱନିରେ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ କମିଟିର ସଭାପତି ଦୟାନିଧି ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅଙ୍ଗନବାଡି କର୍ମୀ ଶ୍ରୀମତୀ ଗାୟତ୍ରୀ ମୁଦୁଲି, ପ୍ରଜ୍ଞା ପରିଷଦର ସମ୍ପାଦକ ନିରଞ୍ଜନ ମୁଦୁଲି, ସାହିତ୍ୟ ଘର ରମ୍ଭାର ସମ୍ପାଦକ ଶେଷଦେବ ବେହେରା, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଲ ଗୋ କଲ୍ୟାଣ ସମିତିର ସହ ସଂଯୋଜକ ରବିନାରାୟଣ ସେନାପତି ଯୋଗଦେଇ ଖରାଦିନେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ପୂରଣ କରିବାରେ ସାମାଜିକ ଅନୁଷ୍ଠାନମାନଙ୍କର ଭୂମିକାକୁ ପ୍ରଶଂସା କରିବା ସହିତ ରକ୍ତଦାତା ମାନଙ୍କର ସମାଜ ପ୍ରତି ଥିବା ତ୍ୟାଗରେ ସତମୁଖ ହୋଇଉଠିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରିଚାଳନା କମିଟିର ସମ୍ପାଦକ ଶିଶିର ନାୟକ, ଉପସଭାପତି ଝଡ଼ିଆ ନାହକ, କୋଷଧ୍ୟକ୍ଷ ରଘୁନାଥ ନାହାକ, ମହେଶ୍ୱର ମୁଦୁଲି, କାମରାଜୁ ରେଡ୍ଡୀ, ବିପିନ ନାୟକ, ମୋହନ ପ୍ରଧାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରଥମ ଦିବସର ରକ୍ତଦାନ ଶିବିର ଏବଂ ଚକ୍ଷୁ ଚିକିତ୍ସା ଶିବିରକୁ ବିଜୁ ମୁଦୁଲି, ରାଧାକାନ୍ତ ନାହାକ, ବିଦ୍ୟାଭୂଷଣ ନାହାକଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଭାଇମାନେ ପରିଚାଳନା କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ, ସୁଦର୍ଶନ ଜେନା, ଲମ୍ବୋଦର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ଶିବିରରୁ ମୋଟରେ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବ୍ରହ୍ମପୁର ଓଡିଶା ରକ୍ତ ଭଣ୍ଡାରର କର୍ମଚାରୀ ବାପି ପଣ୍ଡା, ନାଗ ଭୂଷଣ ପ୍ରଧାନ, ଡମ୍ବରୁ ବାହାଦୂର କାର୍କେ ଏହି ଶିବିରରେ ଯୋଗଦେଇ ମୋଟରେ ୨୧ ଜଣ ରକ୍ତଦାତାଙ୍କ ଠାରୁ ରକ୍ତସଂଗ୍ରହ କରିଥିଲେ । ଏହି ଶିବିରରେ ବାବୁଲା ନାହାକ, କୈଳାସ ମୁଦୁଲି, ଲଳିତେନ୍ଦୁ ସାହୁ, ବାଳକୃଷ୍ଣ ନାହାକ, ଦୀପ୍ତି ପ୍ରକାଶ ନାହାକ, ପିଙ୍କୁ ନାହାକ, କୃଷ୍ଣଚନ୍ଦ୍ର ନାହାକ, ମାନସ ରଞ୍ଜନ ନାହାକ, ଏ.ସୁକାନ୍ତ କୁମାର ରେଡ୍ଡୀ, ଆଶିଷ ନାହାକ, ଅଭିଷେକ ମୁଦୁଲି, କବିରାଜ ପ୍ରଧାନ, ଏ.ଶିବ ଶଙ୍କର ରେଡ୍ଡୀ, ସୁଧାଂଶୁ ଶେଖର ସାହୁ, ସୁନୀଲ ନାହାକ, ମନୋଜ ନାହାକ, ଆଲୋକ ନାହାକ, ମିଥୁନ ନାହାକ, ବିଷ୍ଣୁ ପ୍ରସାଦ ନାହାକ, ବୈରାଗୀ ପ୍ରଧାନ ଏବଂ ସଞ୍ଜୟ କୁମାର ବେହେରାଙ୍କ ପରି ରକ୍ତଦାତାମାନେ ରକ୍ତଦାନ କରିଥିଲେ । ଇକସ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ କଣ୍ଟାପଡାଠାରେ ଆୟୋଜିତ ଶିବିରରେ ୭୦ରୁ ଅଧିକ ଚକ୍ଷୁରୋଗୀ ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ୭ଜଣ ପରଳ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ପଠାଯାଇଛି ଏବଂ ଗୋଲା ଗଣ୍ଡାପଲ୍ଲୀଠାରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରରେ ୨୩ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୭ ଜଣଙ୍କୁ ଅପରେସନ ପାଇଁ ବ୍ରହ୍ମପୁର ପଠାଯାଇଛି ।

Leave A Reply

Your email address will not be published.