ବିଡିପିଲ୍‌ର ସପ୍ତମ ସଂସ୍କରଣ ଉଦ୍‌ଘାଟିତ : ଆସନ୍ତା କାଲିରୁ ଲିଗ୍ ମ୍ୟାଚ୍ ଆରମ୍ଭ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନିଷ୍ଟାଡିୟମରେ ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲା ପ୍ରିମୀୟର ଲିଗ୍, ବିଡିପିଲ୍ -୭ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବରଗଡ ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ କୁମାର ଗୋଚ୍ଛାୟତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଡିପିଲ୍ -୭କୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରବି ପଣ୍ଡା ପ୍ରତିଯୋଗିତାର ଆୟୋଜନ ସମ୍ପର୍କରେ ଅବତାରଣା କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ପତାକା ଉତ୍ତୋଳନ କରିବା ସହ ବିଡ଼ିପିଏଲ୍ ଟ୍ରଫିକୁ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ବିଡ଼ିପିଏଲ୍ -୭ର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ଏଣ୍ଟରପ୍ରାଇଯେସର ମୁଖ୍ୟ ଚନ୍ଦ୍ର ଶେଖର ବାଗ, ସହ ପ୍ରାୟୋଜକ ବିକାଶ ଗୃପର ପ୍ରଶାସନିକ ନିର୍ଦ୍ଧେଶକ ଡି. ନାଗେଶ୍ଵର ରାଓ, ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ । ସଂଘ ପକ୍ଷରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୁର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କିଶୋର ରଥ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ସନ୍ତୋଷ ପଣ୍ଡା, ଚନ୍ଦ୍ର ଶେଖର ପ୍ରଧାନ, ନବୀନ ଲାଠ, ଅମିୟ ଭୂଷଣ ସାହୁ, ପ୍ରଦୀପ ସାହୁ, ସୌର୍ଯ୍ୟ ରଞ୍ଜନ ରାୟ, ରଜତ ଦାଶ ପ୍ରମୁଖ ସଦସ୍ୟ ଓ ବରଗଡ ରୟାଲ ଟାଇଗରରୁ ସୁବ୍ରତ ମିଶ୍ର, ପ୍ରଶାନ୍ତ ସାହୁ, ଶ୍ରୀରାମ ପାତ୍ର, ବଣ୍ଟି ସିଂ, ରିଙ୍କେଶ ମିଶ୍ର, ମନୋହର ପ୍ରଧାନ, ଅତାବିରା ହୁଆଇଟ ହର୍ଷରୁ ନନ୍ଦନ ମହାନନ୍ଦ, ବରଗଡ ସ୍ପାରଟନର ଦେବଦତ୍ତ ମିଶ୍ର, ସେକ ନସିମୁଦ୍ଦିନ, ନିତିନ ଅଗ୍ରୱାଲ, କ୍ରିଷ୍ଣା ନକୁଲା, ରୋହିତ ପିପଲାନି, ୟୁନାଇଟେଡ ଡ୍ରିମ୍ ଇଲେଭେନ୍‌ର ସେକ ଶବଦର, ସୁରେଶ ଦାଶ, ପ୍ରତାପ ଦାଶ, ସଂକଳ୍ପ ରାଉତ ଓ ସିଂ ୱରୀୟରସର ସେକ ବସିମ୍ ରାଜା, ରଞ୍ଜିତ ସିଂ, ଅଙ୍କିତ ମହାନ୍ତି, ଆସମାନ ପାତ୍ର, ଅଶୋକ ଦେହେରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.