ବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁଫାସଡ ପଂଚାୟତର ବାବୁପାଲି ଗ୍ରାମରେ ଶିକ୍ଷକ ଅଭାବକୁ ନେଇ ପିଲାଙ୍କ ପାଠପଢାରେ ଅବହେଳା ହେଉଥିବାରୁ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ବେ କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ସ୍କୁଲରେ ତାଲା ପକାଇଥିବା ଜଣାପଡିଛି । ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କଠାରୁ ପ୍ରକାଶ ଯେ, ସ୍କୁଲରେ ଆଠଟି ଶ୍ରେଣୀ ଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ୩ ଜଣ । ଏବିଷୟରେ ଆଗଲପୁର ବିଇଓଙ୍କୁ ଲେଖି ଜଣାଇବା ସତ୍ବେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ତେଣୁ ବାଧ୍ୟ ହୋଇ ଆମେ ତାଲା ପକାଇ ଅଛୁ ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଦେଲେ ଆମେ ତାଲା ଖୋଲିବୁ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.