ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଗେର୍ଡା ପଞ୍ଚାୟତ ସରପଞ୍ଚ ରଶ୍ମିତା ମଲ୍ଲିକ : ତିନି ଖଣ୍ଡ ଗାଁ ମଝିରେ ଚାଉଳ ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗେର୍ଡା ପଞ୍ଚାୟତର ସରପଞ୍ଚ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ଗେର୍ଡା ପଞ୍ଚାୟତର ତିନୋଟି ଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ଦୂରରେ ଅବସ୍ଥାପିତ ତେଣୁ ନିର୍ବାଚନ ସମୟରେ ସେଇ ଗାଁ ଅଂଚଳର ଲୋକେ ସେମାନେ ପାଉଥିବା ରାସନ ସାମଗ୍ରୀ ଚାଉଳକୁ ଗାଁକୁ ଆଣିଦେବାକୁ ଦାବୀ ରଖିଥିଲେ । ଯାହାଫଳରେ ଉକ୍ତ ୩ଟି ଗାଁର ମଝି ଗାଁ ଲକ୍ଷ୍ମୀମୁଣ୍ଡାରେ ଚାଉଳ ଆଣି ସମସ୍ତ ହିତାଧିକାରୀଙ୍କୁ ଚାଉଳ ବଣ୍ଟା ଯାଇଥିଲା । ଫଳରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ସରପଞ୍ଚ ରସ୍ମିତା ମଲ୍ଲିକ ପାଳନ କରିଥିବାରୁ ଲୋକେ ଖୁସି ଅନୁଭବ କରୁଛନ୍ତି । ତିନି ଖଣ୍ଡ ଗାଁରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବାକୁ ଅଞ୍ଚଳବାସୀ ଦାବୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରସ୍ମିତା ମଲ୍ଲିକ, ସମିତି ସଭ୍ୟା ଦେବକୀ ତାଣ୍ଡି, ସମସ୍ତ ୱାର୍ଡସଭ୍ୟା ସଭ୍ୟ, ନାଏବ ସରପଞ୍ଚ ରୋହିଣୀ ସିଂ ବାବୁ, ପୁରନ୍ଦର ସାହୁ, ରାଘବ ସାହୁ, ମିତ୍ର ରଣା, ରାଜେନ୍ଦ୍ର ଚିନ୍ଦା ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.