ରାଜ୍ୟରେ ଖନନ ହେବ ୧ ଲକ୍ଷ ନୂଆ ବୋରଓ୍ୱେଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରଓ୍ୱେଲ୍ ସହାୟକ ହୋଇପାରିଛି । ୨୦୨୫-୨୬ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ନୂଆ ବୋରଓ୍ୱେଲ୍ ଖନନ କରି ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ବର୍ଷତମାମ ଜଳସେଚନ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯିବ । ଏଥିରେ ପ୍ରାୟ ୪୧୯୮.୧୬ କୋଟି ଟଙ୍କା ବିନିଯୋଗ ହେବ । ଏହି ଯୋଜନାକୁ ଅଧିକ ତ୍ୱରାନ୍ୱିତ ଏବଂ ସ୍ୱଚ୍ଛ କରିବା ନିମନ୍ତେ ଅନଲାଇନରେ ଆବେଦନ ତଥା ମଞ୍ଜୁରୀ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ବୋରଓ୍ୱେଲ୍ ପିଛା ପ୍ରାୟ ୩.୮୮ ଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ସାଧାରଣ ବର୍ଗର ହିତାଧିକାରୀ ୨୦ ହଜାର ଏବଂ ଅନୁସୂଚୀତ ଜାତି ଓ ଜନଜାତି ହିତାଧିକାରୀ ୧୦ ହଜାର ଟଙ୍କାର ଅଂଶଧନ ଦେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.