jsm

ରାମଲୀଳା କଳାକାର ସମ୍ୱର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସଂସ୍କାର ଭାରତୀ ପକ୍ଷରୁ ରିଷିଡଠାରେ ରାମଲୀଲା କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ବିଶାଳ କଳାକାର ସମାବେଶ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍କାର ଭାରତୀର ପଶ୍ଚିମ ପ୍ରାନ୍ତ ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇ ଓ କଳାହାଣ୍ଡି ଜିଲ୍ଲା ସମ୍ପାଦକ ପ୍ରମୋଦ ପରିଡା ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ କଳାକାର ନରୋତ୍ତମ ସେଲମା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ କର୍ଲାମୁଣ୍ଡା ବ୍ଲକର ୨୮ଟି ରାମଲୀଳା ଦଳର କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ମହୋତ୍ସବରେ ରାମଲୀଳା କଳାକାର ମାନେ ନିଜ କଳା ପ୍ରଦର୍ଶନ କରିବେ ଓ ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ । ଏହି ମହୋତ୍ସବ ପାଇଁ ଏକ ଆୟୋଜନ କମିଟି ମଧ୍ୟ ଗଠନ କରାଯିବ ବୋଲି ଜଣାଯାଇଛି । ଏହି ବୈଠକରେ ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ସିନୁ ବେହେରା, ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମୀ ସାହୁ, ଡମ୍ବରୁଧର ପାତ୍ର, ରାଜକିଶୋର ଜୈନ, ନାରାୟଣ ରଣା, ରୋହିତ ରଣା, ସୁନୀଲ କେଡ଼ିଆ, ଲଷ୍ମୀପ୍ରସାଦ ସେଠ, ହେମାଦ୍ରୀ ଭୋଇ, ଶାନ୍ତନୁ ଦାସ, ଲଳିତ ଦାସ, ଅଶୋକ ତ୍ରିପାଠୀ, ପଦ୍ମମୁଖ ପଧାନ, ଲକ୍ଷପତି ରଣା, ଲଳିତ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.