csstore

ଟାଇ ବକ୍ସିଂରେ ଚାମ୍ପିୟନ କୃତି ପ୍ରତିଯୋଗୀଙ୍କୁ ବଲାଙ୍ଗିର ରେଳ ଷ୍ଟେସନରେ ଜିଲ୍ଲା ଉସୁ ସଂଘ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରେଳ ଷ୍ଟେସନ ଠାରେ ଟାଇ ବକ୍ସିଂରେ ଚାମ୍ପିୟନ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ବଲାଙ୍ଗିର ଜିଲ୍ଲା ଉସୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ସ୍ଥିତ କୁମ୍ୟନିଟି ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ କରି ରାଜ୍ୟସ୍ତରୀୟ ଟାଇ ବକ୍ସିଂ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦ରୁ ୩୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲାରୁ ୧୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ରୁସ୍ତମ ନାଏକ, ପିଉଷ ସୁନା, ଚିନୁ ହରପାଲ, ସଂଜୟ ମଉଖଣ୍ଡ, ଭୋଲାନାଥ ବିଶ୍ୱାଲ ଏବଂ ଆରାଧ୍ୟ ଖୋରା ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ରିମା ସୁନା ଓ ନୟନ ରାଏ ସିଲଭର ମେଡାଲ ପାଇଥିବା ବେଳେ ବ୍ରୋଞ୍ଜ ମେଡାଲ ପାଇଛନ୍ତି ଆର୍ଦଶ ରଂଜନ ସୁନା ଏବଂ ସ୍ୱସ୍ତିକ ସାହୁ । ତେବେ ଏହି କୃତି ପ୍ରତିଯୋଗୀ ମାନେ ଭୁବନେଶ୍ୱରରୁ ବଲାଙ୍ଗିର ଆସିଥିବା ବେଳେ ରେଳ ଷ୍ଟେସନ ଠାରେ ଜିଲ୍ଲା ଉସୁ ସଂଘ ତରଫରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ଜିଲ୍ଲା ଉସୁ ସଂଘର ସଭାପତି ତପନ ପାଣିଗ୍ରାହୀ, ଉପସଭାପତି ବାବୁଲାଲ ନାଏକଙ୍କ ସହ ଜିଲ୍ଲା କୋଚ୍‌ ଯୁଧିଷ୍ଠିର ଗୁରାଣ୍ଡି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.