ରେଲୱେ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ସଂଗଠନ ବଲାଙ୍ଗିର କାର୍ଯ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି । ଏ ଉପଲକ୍ଷେ ସଂଗଠନର ସଭାପତି ସାଥୀ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତି ସ୍ତମ୍ଭରେ ଧୁପ ଓ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ସଭାରେ ସଂଗଠନର ସଂପାଦକ କମ୍ରେଡ ମହେଶ୍ୱର ନାୟକ, ସାଂଗଠାନିକ ସଂପାଦକ ସାଥୀ ଉତ୍କଳ ସାହୁ ଓ ଅମର ସେନାପତି, ମହିଳା ସଂଗଠନର ସଂଯୋଜିକା ମିନାକ୍ଷୀ ସାଗର, ମିତା ପଧାନ ଆଦି ଆଜିର ସମୟରେ ଶ୍ରମିକମାନଙ୍କର ବହୁମୁଖି ସମସ୍ୟା ଓ ଶୋଷଣ ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଭାପତି ମଧୁ ସାହୁ ଶ୍ରମିକ ସଂଗଠନର ଇତିହାସ ଓ ସଂଗଠନ ନେତୃତ୍ୱ ବର୍ଗଙ୍କର ବଳିଦାନ ସଂପର୍କରେ ଆଲୋକପାତ କରିବା ସହ ଶ୍ରମିକ ଏକତା ହିଁ ନିହାତି ଅପରିହାର୍ଯ୍ୟ ବୋଲି କହିଥିଲେ । ଆଜିର ସମୟରେ ସଂଗଠିତ ଓ ଅଣ ସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ କ୍ଷେତ୍ରରେ ବୈଷମ୍ୟତା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂଆଁ ହୋଇ ବଲାଙ୍ଗିରରେ ଯୋଗଦେଇଥିବା ସାଥୀ ସମ୍ବଶ୍ୱର ସାହୁଙ୍କୁ ସଂଗଠନ ତରଫରୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ସଭାରେ ସାଥୀ ଏ. ସୂର୍ଯ୍ୟ ପ୍ରକାଶ ରାଓ, ରାମଣା ରାଓ, ହୁତାସନ ନାଗ, ସମୀର ଭୋଇ, ବିଭୁ ପ୍ରସାଦ ମିଶ୍ର, ପଦ୍ମା ମୁଗ୍ରୀ, ପଙ୍କଜିନି ସୁନା, ତୁଳା ବାଗ, ଗମ୍ଭାରୀ ନାଗ ଆଦି ଅନେକ ରେଲ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ସଭ୍ୟା ପଙ୍କଜିନି ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.