ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା

ଦେବଗଡ଼ : ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ପ୍ରାଣିଗ୍ରାହୀଙ୍କୁ ଦେବଗଡ ଆଦର୍ଶ ପୋଲିସ ଗିରଫ ଘଟଣାର ପ୍ରତିବାଦରେ ବିଜେପି ବନ୍ଦ ଡାକରା ଦେଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଚକଅଖ ବନ୍ଦ ରହିବ ଏଥିପାଇଁ ସକାଳୁ ବିଭିନ୍ନ ଛକରେ ପିକେଟିଂ ଆରମ୍ଭ କରିଛନ୍ତି ବିଜେପି କର୍ମୀ । କେବଳ ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ରହିଛି । ଦେବଗଡ଼ ବିଧାୟକଙ୍କୁ ଗିରଫ ଦାବୀକୁ ଦୃଢ଼ ପ୍ରତିବାଦ ଓ ତିଲେଇବଣୀ ବିଡିଓଙ୍କ ଗିରଫ କରିବା ଦାବୀରେ ବନ୍ଦ ପାଳନ କରାଯାଉଛି । ସୂଚନାଯୋଗ୍ୟ ଯେ, ତିଳେଇବଣି ବିଡିଓଙ୍କୁ ଦେବଗଡ ବିଧାୟକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବିଡିଓ ଜିଲ୍ଲାପାଳଙ୍କୁ ଜଣାଇବା ସହ ପରେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱରରୁ ଦେବଗଡ ଆଦର୍ଶ ଥାନା ପୋଲିସ ଗିରଫ କରିଥିଲା । ଗିରଫ ପରେ ବିଧାୟକଙ୍କୁ ଦେବଗଡ ପୋଲିସ ଆଣୁଥିବା ବେଳେ ବାଟରେ ସେ ଅସୁସ୍ଥ ହୋଇଥିଲେ । ବିଧାୟକଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବିଧାୟକଙ୍କ ଚିକିତ୍ସା ଜାରି ରହିଛି । ତେବେ ଏହି ଘଟଣାକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଫଳରେ ଦେବଗଡ଼ ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ତିଲେଇବଣୀ ବିଡିଓଙ୍କୁ ଗିରଫ କରିବା ଦାବୀରେ ସକାଳ ୬ଟାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଛକରେ ବିଜେପି ପକ୍ଷରୁ ଆନ୍ଦୋଳନ କରି ପିକେଟିଂ କରୁଛନ୍ତି ବିଜେପି କର୍ମୀ ।

Leave A Reply

Your email address will not be published.