ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର୍ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଏକ ମର୍ମନ୍‌ନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗାଡି ଭିତରେ ଥିବା ଡ୍ରାଇଭର୍ ଚାପି ହୋଇ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭର୍‌ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଥିବା ଏକ ଗ୍ୟାରେଜ୍ ଘର ଭିତରକୁ ବିଳମ୍ବିତ ରାତିରେ ଏକ ୧୨ଚକିଆ ଟ୍ରକ୍ ଭାରସାମ୍ୟ ହରାଇ ପଶିଯାଇଛି । ଫଳରେ ଟ୍ରକ୍ ଡ୍ରାଇଭର୍ ଚାପି ହୋଇ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଡ୍ରାଇଭରଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଡ୍ରାଇଭର ଜଣଙ୍କ କେନ୍ଦୁଝର ରେଙ୍ଗାଳବେଡା ଗାଁର ବିଜୟ ମହାନ୍ତ ବୋଲି ଜଣାପଡିଛି । ତେବେ ଟ୍ରକ୍‌ଟି ଜଶିପୁର ପଟରୁ କେନ୍ଦୁଝର ଆଡ଼କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Leave A Reply

Your email address will not be published.