ବେଆଇନ୍ କରତକଳ ଉପରେ ଚଢ଼ାଉ କଳା ବନବିଭାଗ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ବୈଦେଶ୍ୱର ସେକ୍ସନ ଖଜୁରୀପଡାସ୍ଥିତ ସମିଲରେ ବହୁ ଦିନ ଧରି କରତକଳ ଚାଲିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବନବିଭାଗ ପକ୍ଷରୁ କରତକଳ ଉପରେ ହଠାତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ଯନ୍ତ୍ରାଶଂ ସହ ୨୫ ଲକ୍ଷ ଟଙ୍କାର ଆକାଶିଆ କାଠ ଜବତ କରାଯାଇଛି । ଏଥିସହ ଏକ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି । ତେବେ ଚଢ଼ାଉ ବେଳେ କରତକଳରେ କାମ କରୁଥିବା କିଛି ଲୋକ ଫେରାର ହୋଇଯାଇଥିବା ଜଣାପଡୀଛି । ଏନେଇ ଏସିଏଫ୍‌ ଆଶିତ ମିଶ୍ର ସୂଚନା ଦେଇଛି ।

Leave A Reply

Your email address will not be published.