ଏପ୍ରିଲ ୨୦୨୨ରେ ସର୍ବକାଳୀନ ସର୍ବାଧିକ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

• ଓଡ଼ିଶାରେ ୪,୯୧୦ କୋଟି ଟଙ୍କାର ଜିଏସଟି ସଂଗ୍ରହ, ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ୨୮ ପ୍ରତିଶତ ଅଧିକ ରାଜସ୍ବ ଆଦାୟ
• ଏପ୍ରିଲ ୨୦୨୨ରେ ସକଳ ଜିଏସଟି ସଂଗ୍ରହ ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିଲା
• ଗତ ମାସରେ ସଂଗୃହିତ ୧,୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ତୁଳନାରେ ୨୫ ହଜାର କୋଟି ଟଙ୍କାର ଅଧିକ ରାଜସ୍ବ ଆଦାୟ

ଭୁବନେଶ୍ୱର, (ପିଆଇବି) : ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦେଶରେଏପ୍ରିଲ ୨୦୨୨ରେ ମୋଟ୍‌ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି । ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାର ସିଜିଏସଟି, ୪୧,୭୯୩ କୋଟି ଟଙ୍କାର ଏସଜିଏସଟି, ୮୧,୯୩୯ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୩୬,୭୦୫ କୋଟି ଟଙ୍କା ସମେତ) ଏବଂ ୧୦,୬୪୯ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନୀରୁ ସଂଗୃହିତ ୮୫୭ କୋଟି ଟଙ୍କା ସମେତ) ସାମିଲ ରହିଛି ।
ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ପରିମାଣ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାରୁ ୨୫ ହଜାର ଟଙ୍କା ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଓଡ଼ିଶାରେ ୪ ହଜାର ୯୧୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛି । ଗତ ବର୍ଷ ଅର୍ଥାତ୍‌ ୨୦୨୧ ଏପ୍ରିଲରେ ସଂଗୃହିତ ଜିଏସ୍‌ଟି ରାଜସ୍ବ ପରିମାଣ ୩ ହଜାର ୮୪୯ କୋଟି ଟଙ୍କା ଠାରୁ ଏହା ୨୮% ଅଧିକ ।
ସରକାର ସିଜିଏସଟି ବାବଦରେ ୩୩,୪୨୩ କୋଟି ଟଙ୍କା ଏବଂ ଆଜିଏସଟିରୁ ଏସଜିଏସଟି ବାବଦରେ ୨୬ ହଜାର ୯୬୨ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତପରିଶୋଧପରେ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ସଂଗ୍ରହ ପରିମାଣ ସିଜିଏସଟି ବାବଦରେ ୬୬,୫୮୨ ଏବଂ ଏସଜିଏସଟି ବାବଦରେ ୬୮,୭୫୫ କୋଟି ଟଙ୍କା ରହିଛି ।
୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତ ବର୍ଷ ସମାନ ମାସରେ ସଂଗୃହିତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଗତ ବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହିତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହିତ ରାଜସ୍ବ (ସେବା ଆମଦାନୀ ସମେତ) ୧୭% ଅଧିକ ଥିବା ସୂଚନା ମିଳିଛି ।
ପ୍ରଥମ ଥର ପାଇଁ ସକଳ ଜିଏସଟି ସଂଗ୍ରହ ପରିମାଣ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରେ ମୋଟ୍‌ ୭.୭ କୋଟି ଇ-ୱେବିଲ୍‌ ଜାରି କରାଯାଇଛି, ଯାହାକି ଫେବୃଆରୀ ୨୦୨୨ ତୁଳନାରେ ଜାରି କରାଯାଇଥିବା ୬.୮ କୋଟି ଇ-ୱେବିଲ୍‌ ତୁଳନାରେ ୧୩% ଅଧିକ । ଏହା ଦ୍ବାରା ବ୍ୟବସାୟିକ ଗତିବିଧି ତ୍ବରାନ୍ବିତ ହୋଇଥିବା ସଙ୍କେତ ମିଳିଛି । ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ଏବଂ ଏହି ତାରିଖ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଗୋଟିଏ ଘଣ୍ଟାରେ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା । ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର (ଟ୍ରାଞ୍ଜାକ୍ସନ) ମାଧ୍ୟମରେ ମୋଟ୍‌ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ସେହିଦିନ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ୮୮ ହଜାର କାରବାର ଜରିଆରେ ପ୍ରାୟ ୮ ହଜାର କୋଟି ଟଙ୍କାର ରାଜସ୍ବ ସଂଗୃହିତ ହୋଇଥିଲା । ଗତବର୍ଷ ସମାନ ତାରିଖ, ଅର୍ଥାତ୍ ୨୦୨୧, ଏପ୍ରିଲ ୨୦ ତାରିଖରେ ସର୍ବାଧିକ ଦୈନିକ ରାଜସ୍ବ ସଂଗ୍ରହ ପରିମାଣ ୪୮ ହଜାର କୋଟି ଟଙ୍କା ଥିଲା । ୭.୨୨ ଲକ୍ଷ କାରବାର ମାଧ୍ୟମରେ ଏହି ରାଜସ୍ବ ସଂଗ୍ରହ କରାଯାଇଥିଲା । ସେହି ସମାନ ତାରିଖ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ୬୫ ହଜାର କାରବାର ଜରିଆରେ ୬,୪୦୦ କୋଟି ଟଙ୍କାର ରାଜସ୍ବ ସଂଗୃହିତ ହୋଇଥିଲା, ଯାହାକି ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ରାଜସ୍ବ ସଂଗ୍ରହ ଥିଲା । ଏପ୍ରିଲ, ୨୦୨୨ରେ ଜିଏସଟି ଆର-୩ବି ମାଧ୍ୟମରେ ୧.୦୬ କୋଟି ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି, ଏଥିମଧ୍ୟରୁ ୯୭ ଲକ୍ଷ ରିଟର୍ଣ୍ଣ ମାର୍ଚ୍ଚ ୨୦୨୨ ସହ ଜଡ଼ିତ । ତୁଳନାତ୍ମକ ଭାବେ ଦେଖିଲେଏପ୍ରିଲ ୨୦୨୧ରେ ୯୨ ଲକ୍ଷ ରିଟର୍ଣ୍ଣ ଦାଖଲ କରାଯାଇଥିଲା । ଅନୁରୂପଭାବେ ଜିଏସଟିଆର-୧ ଜରିଆରେଏପ୍ରିଲ ୨୦୨୨ରେ ୧.୦୫ କୋଟି ଇନଭଏସଷ୍ଟେଟମେଣ୍ଟ ଜାରି କରାଯାଇଛି । ଏପ୍ରିଲ ୨୦୨୨ରେ ମାସ ଶେଷ ସୁଦ୍ଧା, ଜିଏସଟିଆର-୩ବି ଜରିଆରେ ରିଟର୍ଣ୍ଣ ଦାଖଲ କରିବାର ପ୍ରତିଶତ ୮୪.୭% ଥିଲା । ଅନ୍ୟପଟେ ଏପ୍ରିଲ ୨୦୨୧ରେ ଏହା ୭୮.୩% ରହିଥିଲା । ଏପ୍ରିଲ ୨୦୨୨ରେ ଜିଏସଟିଆର-୧ ଦାଖଲ ପ୍ରତିଶତ ୮୩.୧୧% ଥିବା ବେଳେ ଏପ୍ରିଲ ୨୦୨୧ରେ ଏହା ୭୩.୯% ଥିଲା ।
ଅନୁପାଳନ ଅଭ୍ୟାସରେ ସୁଧାର କାରଣରୁ ଜିଏସଟି ସଂଗ୍ରହ ବୃଦ୍ଧିପାଇଛି । ନିର୍ଦ୍ଧାରିତ ସମୟରେ ଟିକସ ପଇଠ କରିବା ଲାଗି ଟିକସ ପ୍ରଶାସନ ପକ୍ଷରୁ ଟିକସ ଦାତାମାନଙ୍କୁ ସଚେତନ କରାଯିବା କାରଣରୁ ଏପରି ପରିଣାମ ମିଳିପାରୁଛି । ଅନୁପାଳନକୁ ସରଳ ଓ ସହଜ କରାଯିବା ସହିତ ଡାଟା ଆନାଲିଟିକ୍ସ ଓ ଆର୍ଟିଫିସିଆଲଇଣ୍ଟେଲିଜେନ୍ସ ଆଧାରରେ ଟିକସ ଫାଙ୍କୁ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଫଳରେ ଟିକସ ସଂଗ୍ରହରେ ପାରଦର୍ଶିତା ଆସିଛି ଓ ରାଜସ୍ବ ଆଦାୟ ପରିମାଣ ବଢ଼ିଛି ।
ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷ ମାସିକ ସକଳ ଜିଏସଟି ରାଜସ୍ବ ସଂଗ୍ରହର ତଥ୍ୟ ପ୍ରଦାନ କରାଯାଇଛି । ନିମ୍ନସାରଣୀରେଏପ୍ରିଲ ୨୦୨୧ ତୁଳନାରେଏପ୍ରିଲ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ୱର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.