csstore

ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ସଂସ୍କୃତି ଭବନ ମଞ୍ଚରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମଦିବସ ପାଳିତ ହୋଇଯାଇଛି । ମଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରମିକ ସମାବେଶରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଧେ ଦତ୍ତାତ୍ରେୟ ଭାଉସାହେବ ପ୍ରମୁଖ ଯୋଗଦେଇ ଶ୍ରମିକମାନଙ୍କ ସମାଜପ୍ରତି ଉଲ୍ଲେଖନୀୟ ଭୂମିକା ଉପରେ ଆଲୋକପାତ କରି ଶ୍ରମିକଙ୍କପ୍ରତି ଉଦ୍ଧିଷ୍ଠ ତ୍ୟାଗପୂତ ଜୀଵନ କୁ ଅତିଥିମାନେ ସାଧୁବାଦ ଜଣାଇଥିଲେ । ସେମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି, ଯାହା କୃତକାର୍ଯ୍ୟରେ ଲାଗିବ ବୋଲି ଅତିଥିମାନେ କହିଛନ୍ତି । ଏହି ଦିବସ ଅବସରରେ ଛତ୍ରପୁରର ଖବରକାଗଜ ହକରମାନଙ୍କୁ ସରକାରୀ ପରିଚୟ ପତ୍ର, ଅନେକ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ବିତରଣ କରି ଉତ୍ସାହିତ କରାଯାଇଛି ।

jayashree
Leave A Reply

Your email address will not be published.