csstore

ଆରମ୍ଭ ହେଲା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା : ଡେଲାଙ୍ଗ ବ୍ଲକରେ ୧୪୦୭ ମାଟ୍ରିକ ଦେଇଥିବା ବେଳେ ୫୯ ଜଣ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି ୧୦ମ ଶ୍ରେଣୀ ମାଟ୍ରିକ ପରୀକ୍ଷା । କୋଭିଡ କଟକଣା ହଟିବା ପରେ ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ଆରମ୍ଭ ହୋଇଛି । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଏହା ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ଚାଲିବ । ଦୀର୍ଘ ଦୁଇ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରିକ୍ଷା ପାଇଁ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ପରୀକ୍ଷାର୍ଥୀ ମାନେ ସକାଳ ୭:୩୦ ସମୟ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଁଚି ଆଡମିଟ୍ କାର୍ଡ ଯାଞ୍ଚ କରାଇ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସ୍କୁଲରେ ହ୍ୟାଣ୍ଡ ସାନିଟାଇଜର୍, ଥର୍ମାଲ୍ ସ୍କ୍ରିନିଂ, ପିଇବା ପାଣିର ବ୍ୟବସ୍ଥା କରାଯାଇଥିବାରୁ ଅଭିଭାବକ ମହଲରେ ସନ୍ତୁଷ୍ଟି ଦେଖା ଦେଇଛି । ଡେଲାଙ୍ଗ ବ୍ଲକରେ ୧୦ଟି କେନ୍ଦ୍ରରେ ୧୪୦୭ଜଣ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ୧୪୬୬ ଜଣ ପରୀକ୍ଷା ଦେବା ପାଇଁ ଥିବା ବେଳେ ୫୯ ଜଣ ଅନୁପସ୍ଥିତ ଅଛନ୍ତି । ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ମହତାବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ, ରାଧାକାନ୍ତ ଦେବ ଉଚ୍ଚ ବିଦ୍ୟାପୀଠ, ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, କପିଳେଶ୍ଵର ଉଚ୍ଚ ବିଦ୍ୟାଳୟ, ଧାନକେରା, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, ବିଶ୍ଵନାଥ ଦେବ ଉଚ୍ଚ ବିଦ୍ୟାପୀଠ, ଗଡମୋଟୋରି, ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ, ହରିରାଜପୂର, ପଞ୍ଚାୟତ ହାଇସ୍କୁଲ, ହରିପୁର ପ୍ରମୁଖ ୧୦ଟି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଥିବା ବିଇଓ ନିରଞ୍ଜନ ପାତ୍ର ଓ ଏବିଈଓ ଯୁଧିଷ୍ଠିର କୁମାର ପରିଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.