csstore

ଭକ୍ତ ଦାସିଆଙ୍କ ଐତିହ୍ୟ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପର୍ଯ୍ୟଟନ, ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭକ୍ତ ଦାସିଆଙ୍କ ଐତିହ୍ୟ ପୁଷ୍କରିଣୀ “ଗୋଠଗଡିଆ”ର ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଅନୁଦାନ ରାଶିରେ ଐତିହ୍ୟ ପୁଷ୍କରିଣୀର ଚତୁଃପାର୍ଶ୍ବ ପଥର ପ୍ୟାକିଂ, ଆଲୋକୀକରଣ, ପାଦଚଲା ରାସ୍ତା ଓ ଦୀପଦାଣ୍ତି ନିର୍ମାଣ କାର୍ଯ୍ୟ ହେବ । ଏଥିନିମନ୍ତେ ଟେଣ୍ତର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଭାଷ ଚନ୍ଦ୍ର ନାଥଶର୍ମା, ବିଡିଓ ଶ୍ରୀମତୀ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତି ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.