୨ୟ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାରେ ମହୋତ୍ସବ ପାଇଁ ସ୍ଥାନୀୟ କାଳୀ ମନ୍ଦିରରୁ ପରିଚାଳନା କମିଟିର ସଦସ୍ୟମାନେ ମଶାଲ ଆଣି ନଗର ପରିକ୍ରମା କରିଥିଲେ । ଭିନ୍ନ ଭିନ୍ନ ସ୍ଥାନରୁ ପ୍ରାୟ ୧୧ଟି ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପଦ୍ମପୁରର ଜନସାଧାରଣ ମଧ୍ୟ ଏଥିରେ ସାମିଲ ହେବା ସହ ସ୍ଥାନେ ସ୍ଥାନେ ବ୍ୟବସାୟୀ ସଂଘ ଓ ମାରୱାଡି ଯୁବାମଞ୍ଚ ତରଫରୁ ଲସି, ସରବତ ଓ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.