csstore

ମନରେଗା କାମରେ ବକେୟା ପାଉଣା ଦାବୀରେ ଡିଆର୍‌ଡିଏ ଅଫିସ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମନରେଗା କାମରେ ବକେୟା ପାଉଣା ଦାବୀରେ ଡିଆର୍‌ଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଏକ ଦାଦନ ପ୍ରବଣ ଅଂଚଳ । ଏହି ଅଂଚଳରୁ ହଜାର ହଜାର ଲୋକେ ଦାଦାନ ଖଟିବା ପାଇଁ ବହାର ରାଜ୍ୟକୁ ଯାଉଥିବା ବେଳେ ଦୀର୍ଘଦିନର ବକେୟା ପାଉଣା ଦାବୀରେ ବେଲପଡ଼ା ବ୍ଲକ ଅନ୍ତର୍ଗତ ସୁଲେକେଲା ପଞ୍ଚାୟତର ଶ୍ରମିକମାନେ ଆଜି ହାତରେ ଡାଲାଭାର ଧରି ଡିଆର୍‌ଡିଏ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଡିଆରଡିଏ ପିଡି ସୁଶାନ୍ତ କୁମାର ସିଂଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.