ବାଇକ୍ ସହ ଦେଶୀ ମଦ ଜବତ, ଦୁଇ ଗିରଫ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ତରଫରୁ ଅବକାରୀ ଅଧିକାରୀ ପି. ଭି. ରାଓ ଙ୍କ ନେତୃତ୍ୱରେ ମ. ରାମପୁର ବ୍ଲକ୍ ସିକେଲକୁପା ନିକଟରୁ ଏକ ବାଇକ୍ ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ମାନେ ହେଲେ ଗମ୍ଭାରିଗୁଡ଼ାର କ୍ଷୀରୋଦ ଭୋଇ (୨୭) ଏବଂ ବେଲୁର ଗ୍ରାମର ଭୀରୁ ଭୋଇ (୪୨) । ଆଜି ଉଭୟ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ରାଓ ସୂଚନା ଦେଇଛନ୍ତି । ଚଢ଼ାଉରେ ବିଭାଗର କର୍ମଚାରୀ ବିନୋଦିନୀ ମହାଲିଙ୍ଗ ଓ ସିଆରୀ ହରିଜନ ସାମିଲ୍ ଥିଲେ ।

Leave A Reply

Your email address will not be published.