
ବଲାଙ୍ଗିର, (କେପିଏନ୍ଏସ୍) : ଗତ ବିଳମ୍ବିତ ରାତ୍ରୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଲେଡିଜ ହଷ୍ଟେଲ ଠାରୁ ଏକ ୩ ଫୁଟ୍ ଲମ୍ବର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଲେଡିଜ ହଷ୍ଟେଲ ଠାରେ ଏକ ସାପକୁ ଦେଖି ହଷ୍ଟେଲ ୱାର୍ଡଡେନ୍ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ପରେ ଦେବରାଜ ହଷ୍ଟେଲକୁ ଆସି ସାପ ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ।