ଜିଲ୍ଲା କଳା ଓ ଖେଳ ଶିକ୍ଷକ ମହାସଂଘର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କଳା ଓ ଖେଳ ଶିକ୍ଷକ ମହାସଂଘ ପକ୍ଷରୁ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟଠାରେ କଳା ଓ ଖେଳ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଯୁବକ ଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଳା ଓ ଖେଳ ଶିକ୍ଷକ ପାଇଁ ଆବେଦନ କରିବା ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ମେରିଟ ଲିଷ୍ଟ ଏ ଯାଏଁ ପ୍ରକାଶ ପାଇନାହିଁ । ଅନେକ ଥର ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ । କରୋନା ପାଇଁ ବନ୍ଦ ଥିବା କୁହାଯାଉଛି । ତେବେ ଉପର ଅଫିସରୁ କିଛି ଚିଠି ଆସି ନାହିଁ ଆମେ କିଛି କରି ପାରିବୁ ନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହୁଛନ୍ତି । ସମସ୍ତ ଜିଲ୍ଲାର ମେରିଟ ଲିଷ୍ଟ ବାହାରି ନାହିଁ । ସେଥିପାଇଁ ଆଜି ଆବେଦନ କରିଥିବା ଯୁବକ ଯୁବତୀ ମାନେ ଦୁଇ ଦଫା ଦାବୀ ନେଇ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଚେତାବନୀ ଦେଇଛନ୍ତି । ଦାବୀ ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.