oom

କୃଷି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ ହେବ ବରଗଡ଼ ଜିଲ୍ଲା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଉନ୍ନତ ମାନର ପ୍ରଦର୍ଶନ ପାଇଁ ବରଗଡ଼ ଜିଲ୍ଲା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ପୁରସ୍କୃତ ହେବ ବୋଲି ନିର୍ଦ୍ଦେଶକ ରାଜ ଚେଙ୍ଗପ୍ପା ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରୁ ପ୍ରକାଶିତ ସର୍ବ ବହୁଳ ମ୍ୟାଗାଜିନ ‘ଇଣ୍ଡିଆ ଟୁଡେ’ ପକ୍ଷରୁ ବିଭିନ୍ନ ରାଜ୍ୟର ବିକାଶର ବିଭିନ୍ନ ସୂନକାଙ୍କ ସର୍ଭେ କରାଯାଇଥିଲା । ବିଗତ ୫ ବର୍ଷର ଅର୍ଥନୀତି, ଭିତ୍ତିଭୂମି ସଂପ୍ରସାରଣ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା, ସାମାଜିକ ନିରାପତ୍ତା, ନାରୀ ଶିକ୍ଷା, ଦକ୍ଷତା ବିକାଶ, ସ୍ୱଚ୍ଛତା, ଡିଜିଟାଲ କଭରେଜ, ଉଦ୍ୟମିତତା, ଆଦି ସୂଚକାଙ୍କ ନେଇ ଓଡ଼ିଶାରେ ସର୍ଭେ କରାଯାଇଥିଲା । ଏହି ତଥ୍ୟନୁଯାଇ ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଏବଂ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖ ଭୁବନେଶ୍ୱରର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ । ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉକ୍ତ ପୁରସ୍କାର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କଠାରୁ ଗ୍ରହଣ କରିବେ ବୋଲି ‘ଇଣ୍ଡିଆ ଟୁଡେ’ର ନିର୍ଦ୍ଦେଶକ ରାଜ ଚେଙ୍ଗପ୍ପା ପତ୍ର ମାଧ୍ୟମରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.