csstore

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କେଫେଟରିଆ ସମସ୍ୟାକୁ ନେଇ ଭିସିଙ୍କୁ ସାକ୍ଷାତ କଲା ବଲାଙ୍ଗିର ଛାତ୍ର ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଥିବା କେଫେଟରିଆ ଉପରେ ଅନେକ ଛାତଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର କର୍ମଚାରୀ ମାନେ ନିର୍ଭର କରନ୍ତି । କିନ୍ତୁ ଏହା ଆରମ୍ଭରୁ ହିଁ ଗୁଣାତ୍ମକ ଖାଦ୍ୟ ଯୋଗଇ ଆସୁଥିବା ବେଳେ ଏଠାରେ ପାନୀୟ ଜଳ ସୁବିଧା ମଧ୍ୟ ନାହିିଁ । ଏଥିପାଇଁ ଛାତଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ନେଇ ପୂର୍ବରୁ ବହୁବାର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି । ହେଲେ କୌଣସି ସୁଫଳ ମିଳି ନଥିବା ବେଳେ ଆଜି ବାଧ୍ୟ ହୋଇ ବଲାଙ୍ଗିର ଛାତ୍ର ପ୍ରତିନିଧି ଦଳ ବିଶ୍ୱ ବିଦ୍ୟାଳୟର ଭିସିଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ଏହା ବିରୁଦ୍ଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ । ଅଗାମୀ ଦିନରେ ଏହାକୁ ନେଇ ପରିସ୍ଥିତି ଭୟାବହ ହେବ ବୋଲି ପ୍ରତନିଧି ଦଳ ପ୍ରକାଶ କରିଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ସମୁନ ନନ୍ଦ, ପ୍ରତିକ ତ୍ରିପାଠୀ, ଆଶିଷ ଗଡତିଆ, ଅମିତ ସାହୁ, ହରିଶଂକର, ଦିନେଶଙ୍କ ସହ ବହୁ ଛାତ୍ର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.