ଚୋରା ମହୁଲ ଉପରେ ଅବକାରୀ ବିଭାଗର ଚଢାଉ : ପିକ୍‌ଅପ୍‌ ସହ ୩୮ କ୍ୱିଣ୍ଟାଲ ମହୁଲଫୁଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବେଆଇନ ଭାବରେ ଚୋରା ମହୁଲ ଫୁଲ ବ୍ୟବସାୟୀମାନଙ୍କ ପ୍ରତି ଅବକାରୀ ବିଭାଗ ତୀକ୍ଷଣ ନଜର ରଖିଛି । ସୀମାନ୍ତରେ ଅବକାରୀ ବିଭାଗର ଅଧିକାରୀ ପଇଁତରା ମାରୁଥିବା ବେଳେ ଝାରବନ୍ଧ ଅଂଚଳରୁ ଚୋରାରେ ଛତିଶଗଡ ରାଜ୍ୟକୁ ଯାଉଥିବା ନମ୍ବର ବିହୀନ ପିକ୍‌ଅପ୍‌ ୪୦୭କୁ ପାଇକମାଲ ଅବକାରୀ ବିଭାଗ ସୀମାନ୍ତ ସୁକମାନୀପୁର ଠାରେ ଅଟକ ରଖିଥିଲା ।ତନଖି ପରେ ଜଣାଗଲା ଯେ, ଉକ୍ତ ପିକ୍‌ଅପ୍‌ରେ ୩୮ କ୍ବିଣ୍ଟାଲ ୨୨ କେଜି ମହୁଲ ଫୁଲ ବୋଝେଇ ହୋଇ ଛତିଶଗଡ଼କୁ ଯାଉଥିଲା ।ମହୁଲଫୁଲ କାହାର ଓ କେଉଁ ଜାଗାକୁ ଯାଉଥିଲା, ତାହା ତଦନ୍ତ ଚାଲିଛି ।ଡ୍ରାଇଭର ଓ ହେଲପରକୁ ଅଟକ ରଖାଯାଇଛି । ବାରମ୍ବାର ଅବକାରୀ ବିଭାଗର ଚଢାଉ ଦ୍ୱାରା ଚୋରା ମହୁଲ ଫୁଲ ବ୍ୟବସାୟୀଙ୍କ ଆଖିରୁ ନିଦ ହଜିଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଦୁଇଟି ଗାଡି ସହ ୪୮ କ୍ୱିଣ୍ଟାଲ ମହୁଲଫୁଲ ଛତିଶଗଡ଼ ସୀମନ୍ତରେ ଧରାପଡିଥିଲା । ଅଧିକାଂଶ ମହୁଲଫୁଲ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସୂଚନା ପାଇ ଅବକାରୀ ବିଭାଗ ଚଢାଉ କରୁଛି । ପାଇକମାଲ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରାଜକୁମାର ବେହେରାଙ୍କ ସହ ଏଏସ୍‌ଆଇ ବିଜୟ କୁମାର ପାଣିଗ୍ରାହୀ, ଅବକାରୀ କନେଷ୍ଟବଲ କେନାଲୁ ଭୋଇ, ପ୍ରେମାନନ୍ଦ ବିଶ୍ବାଲ ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.