ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶଙ୍କ ଘରେ ଭଡା ରହୁଥିବା ଜଣେ ଶିକ୍ଷକଙ୍କ ଘରେ ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି । ଭଡାରେ ରହୁଥିବା ଶିକ୍ଷକ ଜଣକ ଅନୁପସ୍ଥିତ ଥିବା ଯୋଗୁଁ ଘରେ ତାଲା ଝୁଲୁ ଥିଲା । ଘର ଭିତରୁ ଧୂଆଁ ବାହାରୁ ଥିବା ବିଷୟ ଆଖପାଖ ସାହି ବାସିନ୍ଦା ଓ ନିକଟରେ ଥିବା ସିଆରପିଏଫ୍‌ ବାଟାଲିୟନ ଦେଖିବା ପରେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.