ଧଣ୍ଡାମୁଣ୍ଡା ରାମଲୀଳା, ବାଲୀ ବଧ ମଞ୍ଚସ୍ଥ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ରାମଲୀଳା ନାଟ୍ୟ ସଂସଦର ରାମଲୀଳା ଉତ୍ସବ ଏଥର ୮୨ ବର୍ଷରେ ପଦାର୍ପଣ କରିଛି । ଇତିମଧ୍ୟରେ ତିନି ପିଢି ଅତିକ୍ରମ କରିସାରିଥିବା ବେଳେ ପରମ୍ପରାକୁ ବଜାୟ ରଖିବାରେ ସଫଲ ହୋଇଛନ୍ତି ଗ୍ରାମବାସୀ । ବୁଧବାର ବାଲୀ ବଧ ମଞ୍ଚସ୍ଥ ହୋଇଥିଲା । ଏଥିରେ ରାମ ଭୂମିକାରେ ପବିତ୍ର ପଟେଲ, ଲକ୍ଷ୍ମଣ ବିନାୟକ ଥନାପତି, ହନୁମାନ ଅଶ୍ୱିନୀ ସାହୁ, ବାଲୀ ଭୂମିକାରେ ରଜତ ସାହୁ ଅଭିନୟ କରିଥିଲେ । ଶଙ୍କର, ଆଲୋକ ସାହ, ବଳଦେବ ବରିହା, ଓମ୍‌ ଭୋଇ ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

Leave A Reply

Your email address will not be published.