ଡେଲାଙ୍ଗ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଳ୍ଲୀପ କୁମାର ଧାଉଡିଆ) : ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ମେଳାକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଉପଚିକିତ୍ସାଧିକାରୀ ଡା.ଲଲାଟେନ୍ଦୁ ମିଶ୍ର, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗି, ଉପାଧ୍ୟକ୍ଷ ଦୃର୍ବାଶା ନିଶଙ୍କ, ଜିଲ୍ଲା ପରିଷଦ ପ୍ରସନ୍ନ ସାହୁ, ପ୍ରଜ୍ଞା ଛୋଟରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସନ୍ତୋଷ କୁମାର ତ୍ରିାପାଠୀ, ଆତ୍ମା କମିଟି ସଭାପତି ସୁଧାକର ମାର୍ଥା, ସିଡିପିଓ ହାରାମଣୀ ନାୟକ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ/ସମିତିସଭ୍ୟ/ସଭ୍ୟା ପ୍ରମୁଖ ଯୋଗଦେଇ ମେଗା ସ୍ୱାସ୍ଥ୍ୟମେଳା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତାର ବାର୍ତା ପ୍ରଦାନ କରିଥିଲେ । ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ନାଶା, ଗଳା, କର୍ଣ୍ଣ, ଚକ୍ଷୁ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୁତୀ ବିଭାଗ, ମେଡିସିନ, ଇ -ସଂଜୀବନୀ ଟେଲିମେଡିସିନ, ଚର୍ମ, ନିଦାନ ଭଳି ୨୧ଟି ବିଭିନ୍ନ ପ୍ରକାରର ସଂକ୍ରମକ/ଅଣସଂକ୍ରାମକ ରୋଗ ଉପରେ ଚିକିତ୍ସା କରାଯାଇ ରୋଗୀମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଛି । ରୋଗୀମାନେ ସେମାନଙ୍କର ନାମ ପଞ୍ଜିକରଣ କରି ହେଲଥ୍‌ ଆଇଡି ଖୋଲିବା ସହିତ ଏଠାରେ କୋଭିଡ ଟୀକାକରଣ ନେବାର ସୁବିଧା ଉପଲବ୍ଧ ରହିଥିଲା । ଏହି ମେଗା ସ୍ୱାସ୍ଥ୍ୟ ମେଳାରେ ଆଖ ପାଖ ଅଂଚଳରୁ ପ୍ରାୟ ୨ ହଜାରରୁ ଅଧିକ ରୋଗୀ ସ୍ୱାସ୍ଥ୍ୟସେବାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ପୋଗ୍ରାମ ସ୍ୱାସ୍ଥ୍ୟ ଅଧିକାରୀ ଦିଲ୍ଲିପ କୁମାର ପରିଡା, ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟାପକ ତ୍ରିନାଥ ପରିଡାଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଆଶା, ଅଙ୍ଗନୱାଡିକର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.