ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୮ ଦିନ ବ୍ୟାପୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବର ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ତୃପ୍ତିମୟୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଅଧ୍ୟାପକ କୌଳାସ ଚନ୍ଦ୍ର ସାହୁ, ପ୍ରତାପ କେଶରୀ ବରାଲ, ତୁହିନାଂସୁ ନାୟକ, ଅଜୟ କୁମାର ନାୟକ, ଉତ୍ତମ କୁମାର ସ୍ୱାଇଁ, ଅଧ୍ୟାପିକା ବିର୍ଷ୍ଣୁପ୍ରିୟା ପରିଡା, ସମ୍ପଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ୧୦୦ ଜଣ ଛାତ୍ରୀଙ୍କୁ ମହିଳା ପ୍ରଶିକ୍ଷିକା ଦେବସ୍ମୀତା ନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରକୁ କ୍ରୀଡା ପ୍ରଶିକ୍ଷକ ଆଦିତ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ଛାତ୍ରୀଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ପରିଡା ମାନପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.