କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ପାଇଁ ସବୁ କିଛି ବନ୍ଦ ଥିଲା । ବ୍ୟବସାୟ ବି ବନ୍ଦ ହୋଇଯାଇଥିଲା ୨ ବର୍ଷ ପାଇଁ । ଏବେ ସବୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି । ଜୀବନ ସହଜ ହେବାକୁ ଲାଗିବା ବେଳେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରେ ଏକ ମାସ ପାଇଁ ଅର୍ଥାତ୍ ଏପ୍ରିଲ୍ ଏକୋଇଶରୁ ମଇ ମାସର ବାଇଶ ତାରିଖ ପର୍ଯ୍ୟନ୍ତ ଏହି ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଚାଲିବ । ଏହି ମେଳାକୁ ଫିତା କାଟି ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିରର ଯୁବନେତା ତଥା ବଲାଙ୍ଗିର ଏକସନ୍‌ କମିଟିର ସଭାପତି ଗୋପାଲଜୀ ପାଣିଗ୍ରାହୀ । ଆୟୋଜିତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀ ଯୋଗଦେଇ ଉଦ୍‌ଘାଟନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଅନ୍ୟ ବର୍ଷ ପରି ଏଥର ମଧ୍ୟ ମେଳାରେ ଆସିଛି ଖଦୀ ଓ ହସ୍ତତନ୍ତର ସାର୍ଟ, ବନାରସୀ ଶାଢୀ, ସ୍ତ୍ରୀ ଲୋକଙ୍କର ବିଭିନ୍ନ ଡ୍ରେସ ମେଟେରିଆଲ, ଅଳଙ୍କାର, ଘରକରଣାର ବିଭିନ୍ନ ଜିନିଷ, ଆୟୁର୍ବେଦ ଜଡି ବୁଟୀ, ବୈଦୁତିକ ଉପକରଣ, ଆଚାର, ହେଣ୍ଡଲୁମ ତଥା ଆହୁରି ଅନେକ ବାହାର ରାଜ୍ୟର ଜିନିଷର ଷ୍ଟଲ ଲାଗିଛି । ଏହି ହସ୍ତତନ୍ତ ପ୍ରଦର୍ଶନକୁ ପରିଚାଳନା କରୁଛନ୍ତି ଇର୍ସାଦ ଅନ୍ସାରୀ ଓ ଅରନବ ମୁଖାର୍ଜୀ ।

Leave A Reply

Your email address will not be published.