ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତରଫରୁ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକଠାରେ ଏକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଆଜାଦି କି ଅମୃତ ମହୋତ୍ସବ) ତରଫରୁ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରବିଣ କୁମାର ବଣୁଆ ବିଡ଼ିଓ, ମନୋଜ କୁମାର ଦେବତା ତହସିଲଦାର, ପ୍ରଣୟ କୁମାର ସାହୁ ବ୍ଲକ ଚେୟାରମେନ, ପ୍ରବିଣ କୁମାର ପାଣିଗ୍ରାହୀ ଏମ୍‌ପି ନମିନି, ନିଳମଣୀ ବରିହା ଜିଲ୍ଲା ପରିଷଦ, ଝରଣା ପାଣିଗ୍ରାହୀ ଜିଲ୍ଲା ପରିଷଦ ଆଦିଙ୍କ ଉପସ୍ଥିତିରେ ଚେୟାରମେନ୍‌ ଫିତାକାଟି ଦୀପ ପ୍ରଜ୍ବଳନ କରିଥିଲେ । ଏଥିରେ ବିଭିନ୍ନ ବିଭାଗରୁ ଡାକ୍ତରମାନେ ଉପସ୍ଥିତ ଥିଲେ । ଡ. ଅମିତ୍ କୁମାର ଭୋଇ ଶିଶୁ ବିଶେଷଜ୍ଞ, ଡ. ବଳଦେବ ପ୍ରସାଦ କର ମେଡିସିନ ବିଶେଷଜ୍ଞ, ଡ. ସରୋଜ ସେଠ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡା. ଯଶୋବନ୍ତ ମେହେର, ଡ. ମହେଶ ନାରାୟଣ ମିଶ୍ର, ଡ. ଶିବ ପ୍ରସାଦ ସେନାପତି ସାଧାରଣ ବିଭାଗ, ଡ. ପଙ୍କଜ କୁମାର ଭୋଇ, ଡ. ସମୀର କୁମାର ମେହେର, ଡ. ରବିନ୍ଦ୍ର ମାହାର ଆୟୁଷ ଏବଂ ସୁରେଶ କୁମାର ପତି ଅପଥାଲମିକ୍ ଆସିଷ୍ଟାଣ୍ଟ, ରମେଶ ମହାଲିକ ଲେବରଟରୀ ଟେକନିସିଆନ, ଅଶୋକ କୁମାର ମହାନ୍ତି ସିନିଅର ଫାର୍ମାସିଷ୍ଟ, ଟି ବି ସୁପର ଭାଇଜର, ମେଲେରିଆ ସୁପର ଭାଇଜର, ଲେପ୍ରସି କର୍ମୀ, ନର୍ସିଂ ଅଫିସର, ସିଏଚ୍ ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ, ନିର୍ମଳ କର୍ମୀ, ସିକୁରିଟି ଗାଡ୍, ଅଙ୍ଗନୱାଡି କର୍ମୀ, ଶିକ୍ଷକ ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ୮୦୦ରୁ ଅଧିକ ଲୋକ ଆସି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ, ତାଙ୍କର ହେଲ୍‌ଥ ଆଇଡି ତିଆରି କରିବାରେ ମୁରାରୀ ପ୍ରସାଦ ନାଏକ ବିଡିଏମ, ଦିପକ କୁମାର ସାହୁ ସିଏଚ୍ଓ ସହଯୋଗ କରିଥିଲେ । ଔଷଧ ବିତରଣ ପାଇଁ ଥିବା ଫାର୍ମାସିଷ୍ଟ ମାନେ ଲୋକମାନଙ୍କୁ ଶୃଙ୍ଖଳାରେ ମେଡିସିନ ବିତରଣ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରି ତାଙ୍କର କଳା ପ୍ରଦର୍ଶନ କରିଥିଲେ ଏବଂ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାକୁ ବିଡିଓ ସାର୍, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବସନ୍ତ କୁମାର ପାରେଖ ପିଏଚଇଓ, ବରଗଡ଼ ଜିଲ୍ଲା ହସପିଟାଲରୁ ଆସିଥିବା ଡିଏମ୍ଆର୍‌ସିଏଚ୍ ଅଶୋକ କୁମାର ସାହୁ, ଲମ୍ବୋଦର ପାତ୍ର ସୁପର ଭାଇଜର, ଆନନ୍ଦ ହୋତା ସୁପର ଭାଇଜର, ରିଆଜ ଖାନ୍ ଜୁନିୟର କ୍ଲର୍କ, ଅଶୋକ କୁମାର ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରି ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!