କଂଟାବାଂଜି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ନଗରପାଳ ଏବଂ ପରିମଳ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି.ର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ସହରର ସମସ୍ତ ନାଳ ନର୍ଦ୍ଧମା ତଥା ରାସ୍ତା ଘାଟ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ନୂତନ କାଉନସିଲ ଗଠନ ହେବା ପରଠାରୁ ପରିମଳ ବ୍ୟବସ୍ଥା ଠିକ୍‌ ଭାବେ ହେଉ ନ ଥିବା ନେଇ ନବ ନିର୍ବାଚିତ ନଗରପାଳ ବରିୟାମ ସିଂ ସାଲୁଜାଙ୍କୁ ଅଭିଯୋଗ ହେବା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ସହରରେ ଯୋର ଧରିଛି । ଏହି ବିଷୟ ନଗରପାଳ ସାଲୁଜାଙ୍କ ଦୃଷ୍ଟି ଗୋଚର ହେଲା ପରେ ତତ୍‌କ୍ଷଣାତ ପରିମଳ ବିଭାଗ କର୍ମଚାରୀମାନଙ୍କୁ ଡକାଇ ଗୁରୁବାର ଦିନ ବୈଠକ କରିଛନ୍ତି । ଏହି ବୈଠକରେ ସହର ପରିମଳ ବ୍ୟବସ୍ଥା ସହ ରାସ୍ତାଘାଟ, ନାଳ ନର୍ଦ୍ଧମା ସଫା ସୁତୁରା କରିବା ପାଇଁ ସଫେଇ କର୍ମଚାରୀମାନଙ୍କୁ ତାଗିଦ କରିଛନ୍ତି । ଆଜିର ବୈଠକରେ ଏନ୍‌.ଏ.ସି.ର ସମସ୍ତ ସଫେଇ କର୍ମଚାରୀ ସହ ସାନିଟେସନ ଇନ୍ସପେକ୍ଟରଙ୍କୁ ସହରକୁ ସରସ ସୁନ୍ଦର କରିବାରେ କର୍ମଚାରୀମାନେ ସହଯୋଗ କରିବା ନିମନ୍ତେ ନଗରପାଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

error: Content is protected !!