ମୃତଦେହ ରଖି ରାସ୍ତାରେ ଆନ୍ଦୋଳନ : ହଟି ନାହିଁ ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରର ଭଟଲି ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଟ୍ରକ ଚାପାରେ ଜଣେ ବାଇକ୍‌ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ରାତି ୯ଟାରୁ କ୍ଷତିପୂରଣ ଦାବୀ କରି ମୃତଦେହ ରଖି ସ୍ଥାନୀୟ ଲୋକେ ବରଗଡ଼ ରାସ୍ତା ଅବରୋଧ କରିଛନ୍ତି । ଇତି ମଧ୍ୟରେ ୧୬ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ରାସ୍ତାରୋକ ହଟିନାହିଁ । ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି । ଉକ୍ତ ରାସ୍ତାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିବା ବେଳେ ରାସ୍ତାଟି ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରିଛି । ଫଳରେ ୧୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବହୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପୋଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ରାସ୍ତାରୋକକୁ ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.

error: Content is protected !!